ନୂଆଦିଲ୍ଲୀ,୨୬।୪: ଛତିଶଗଡ ଦାନ୍ତଓ୍ବୋଡାରେ ବଡ ଧରଣର ମାଓବାଦୀ ଆକ୍ରମଣ ହୋଇଛି। ଏହି ମାଓବାଦୀ ଆକ୍ରମଣରେ ୧୧ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। କୁହାଯାଉଛି କି ମାଓବାଦୀମାନେ ଦାନ୍ତଓ୍ବୋଡାର ଅରନପୁର ଜଙ୍ଗଲରେ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ। ଆଇଇଡି ବିସ୍ଫୋରଣ ଯୋଗୁ ଯବାନଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ଏହି ମାଓବାଦୀ ଆକ୍ରମଣ ପରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ବହୁତ ଦୁଃଖଦାୟକ। ଶୋକ ସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା। ଏହି ଲଢେଇ ଏବେ ଶେଷ ଭାଗରେ ପହଞ୍ଚିଛି। ଯବାନଙ୍କ ବଳିଦାନ ବେକାର ଯିବନାହିଁ। ମାଓବାଦୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ।