ସାଧାରଣତଃ ଶିଖ୍ମାନଙ୍କ ପାଇଁ ନିଶ ଦାଢି ହେଉଛି ଗର୍ବ ଓ ଗୌରବର ପ୍ରତୀକ।ତେବେ ପାବ, ଲୁଧିଆନାର ରଞ୍ଜିତ ସିଂଙ୍କ ପାଇଁ ତାଙ୍କ ଦାଢି ପାଲଟିଛି ଏକ ସ୍ବତନ୍ତ୍ର ପରିଚୟ। କାରଣ ତାଙ୍କ ଦାଢି ସାଧାରଣ ନୁହେଁ, ବରଂ ଲୁହା ପରି ଶକ୍ତ ଅଟେ। ଏଥିରେ ସେ ଉଠାଇପାରନ୍ତି ଭାରିରୁ ଅତି ଭାରି ଜିନିଷ। ସେଥିପାଇଁ ତ ତାଙ୍କୁ ସମସ୍ତେ ଡାକନ୍ତି ‘ବିୟର୍ଡ ମ୍ୟାନ୍’। ଏବେ ସେ ନିଜ ଦାଢିରେ ଯୁବତୀଙ୍କୁ ବି ଉଠାଇପାରୁଛନ୍ତି। ପୂର୍ବରୁ ଲିଥୁଆନିଆର ଆଣ୍ଟାନାସ୍ କୋନ୍ତ୍ରିମାସ୍ ୬୩ କି.ଗ୍ରା.ର ଯୁବତୀଙ୍କୁ ନିଜ ଦାଢିରେ ଉଠାଇ ରେକର୍ଡ କରିଥିଲେ। ରଞ୍ଜିତ ତାଙ୍କଠାରୁ ଅଧିକ ଓଜନର ଯୁବତୀଙ୍କୁ ଉଠାଇବା ଅଭ୍ୟାସ କରୁଛନ୍ତି। ଖୁବ୍ ଶୀଘ୍ର ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ କରିବେ ବୋଲି ଆଶା ରଖିଛନ୍ତି। ପ୍ରଥମେ ପ୍ରଥମେ ଏହି କାମ କରିବାବେଳେ ତାଙ୍କୁ ବହୁତ କଷ୍ଟ ହୋଇଛି। ତଥାପି ସେ ଏହି ନିଶା ଛାଡି ନ ଥିଲେ। ଏବେ ସେ ୬୪ କି.ଗ୍ରା. ଓଜନର ଯୁବତୀଙ୍କୁ ଉଠାଇବାକୁ ସକ୍ଷମ ହେଲେଣି। ୨୦୧୦ରେ ଇଣ୍ଟରନେଟରେ ଲୋକଙ୍କୁ ଦାଢିରେ ଜିନିଷ ଉଠାଉଥିବା ଦେଖି ନିଜେ ବି ସେମିତି କରିବେ ବୋଲି ନିଷ୍ପତ୍ତି ନେଇଥିଲେ। କିନ୍ତୁ ଲୋକେ ତାଙ୍କୁ ଅନେକ ଥଟା କରିଥିଲେ। ହେଲେ ସେ ନିଜ ପରିବାରର ନାଁ ଓ ଟେକ ରହିବା ପାଇଁ ଅଭ୍ୟାସ ଜାରି ରଖିଛନ୍ତି। ବହୁତ କଷ୍ଟ ସହିଛନ୍ତି। ନିଜ ଦାଢିର ସେ ବହୁତ ଯତ୍ନ ନିଅନ୍ତି। ଭଲ ତେଲ ଲଗାନ୍ତି। ଆଉ ଖୁବ୍ ଶୀଘ୍ର ରେକର୍ଡ