‘ତାରକ୍‌ ମେହେତା କା ଉଲଟା ଚଷମା’ ଛାଡ଼ିଲେ ‘ଟପ୍ପୁ’

ବମ୍ବେ: ଦୀର୍ଘ ବର୍ଷ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛି ‘ତାରକ ମେହେତାଙ୍କ ଉଲଟା ଚଷମା’। ହେଲେ ଜଣଙ୍କ ପରେ ଜଣେ ଅଭିନେତା ଶୋ’ରୁ ବିଦାୟ ନେଉଥିବା ଦେଖାଯାଉଛି। ଏବେ ଏହି ତାଲିକାରେ ‘ଟପ୍ପୁ’ ଭୂମିକାରେ ନଜର ଆସୁଥିବା ରାଜ୍‌ ଅନାଦକଟଙ୍କ ନାଁ ଯୋଡ଼ି ହୋଇଛି। ସେ ଶୋ’ ଛାଡ଼ିଥିବା ଜଣାପଡ଼ିବା ପରେ ଦର୍ଶକ ନିରାଶ ହୋଇଛନ୍ତି।
କିଛି ଦିନ ଧରି ରାଜ୍‌ ଶୋ’ ଛାଡ଼ୁଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏବେ ନିଜେ ସେ ଏନେଇ ସ୍ପଷ୍ଟ କରିଛନ୍ତି। ସୋସିଆଲ ମିଡିଏରେ ଲମ୍ବା ପୋଷ୍ଟ ଶେୟାର କରି ଭାବବିହ୍ବଳ ହୋଇଛନ୍ତି। ସେ ନିଜର ସହକର୍ମୀ, ବନ୍ଧୁ ଏବଂ ପରିବାରଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାଛଡ଼ା ଶୋ’ର ପୂରା ଟିମ୍‌କୁ ଭବିଷ୍ୟତ ଲାଗି ଶୁଭେଚ୍ଛା ଜଣାଇଥିବା ଦେଖାଯାଇଛି।

 

Share