Categories: ଜାତୀୟ

ରାଜ ବବରଙ୍କୁ ୨ ବର୍ଷ ଜେଲଦଣ୍ଡ

ଲକ୍ଷ୍ନୌ, ୭ା୭: ବଲିଉଡ୍‌ ଅଭିନେତା ତଥା କଂଗ୍ରେସ ନେତା ରାଜ ବବର ୧୯୯୬ରେ ଜଣେ ନିର୍ବାଚନ ଅଧିକାରୀଙ୍କୁ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶର ଏକ ଏମ୍‌ପି/ଏମ୍‌ଏଲ୍‌ଏ କୋର୍ଟ ଏହାର ଶୁଣାଣି କରି ଗୁରୁବାର ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ତାଙ୍କ ଉପରେ କୋର୍ଟ ୮,୫୦୦ ଟଙ୍କା ଜରିମାନା ଲଗାଇଛନ୍ତି। ୧୯୯୬ ମେ ୨ରେ ସମ୍ପୃକ୍ତ ନିର୍ବାଚନ ଅଧିକାରୀ ଓ୍ବାଜିରଗଞ୍ଜ ଥାନାରେ ରାଜଙ୍କ ବିରୋଧରେ ଏତଲା ଦେବା ପରେ ମାମଲା ରୁଜୁ ହୋଇଥିଲା। ୧୯୯୬ରେ ସମାଜବାଦୀ ପାର୍ଟିରେ ଥିବା ବେଳେ ରାଜ ବବର ଲକ୍ଷ୍ନୌରୁ ଲୋକ ସଭା ନିର୍ବାଚନ ଲଢ଼ୁଥିଲେ। ସେତେବେଳେ ନିର୍ବାଚନ ଅଧିକାରୀଙ୍କ ସହ ତାଙ୍କ ବଚସା ପରେ ଗଣ୍ଡଗୋଳର ରୂପ ନେଇଥିଲା। ତେବେ ଦଣ୍ଡାଦେଶ ବେଳେ ରାଜ ବବର କୋର୍ଟରେ ଉପସ୍ଥିତ ଥିଲେ।

Share