Categories: ଜାତୀୟ

ରାଜ ଘାଟରେ ତାଲା, କୃଷକଙ୍କ ଏଣ୍ଟ୍ରି ବ୍ୟାନ, ମୋଦି ସରକାର କରୁଛନ୍ତି ପାପ, କାହିଁକି ଏମିତି କହିଲା କଂଗ୍ରେସ

ନୂଆଦିଲ୍ଲୀ,୧।୧୦: ଦିଲ୍ଲୀ ପୋଲିସ ସିନ୍ଧୁ ସୀମାରୁ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରିଛି। ୭୦୦ କିଲୋମିଟର ଲମ୍ବା ‘ଦିଲ୍ଲୀ ୱାଲୋ ପଦଯାତ୍ରା’ ସମୟରେ ସେ ଦିଲ୍ଲୀ ପ୍ରବେଶ କରୁଥିଲେ। ସେ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳ ରାଜଘାଟ ପରିଦର୍ଶନ କରିବାକୁ ଘୋଷଣା କରିଥିଲେ। ଲଦାଖର ପ୍ରାୟ ୧୫୦ଲୋକ ମଧ୍ୟ ତାଙ୍କ ସହିତ ଥିଲେ। ପୋଲିସ ତାଙ୍କୁ ଅଟକ ରଖିଛି। ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ ଦୀର୍ଘ ଦିନ ଧରି ଲଦାଖର ୟୁନିଅନ ଟେରିଟୋରୀକୁ ଷଷ୍ଠ ସିଡ୍ୟୁଲ ମାନ୍ୟତା ଦେବାକୁ ଦାବି କରିଆସୁଛନ୍ତି।

ଏହି ଦାବି ସହିତ ସେମାନେ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ଏହାକୁ ନେଇ ପୂର୍ବରୁ ସିନ୍ଧୁ ସୀମାରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ। ଏବେ କଂଗ୍ରେସ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଖୁବ ଗର୍ଜିଛନ୍ତି।

ଏହି ଦାବି ସହିତ ସେମାନେ ଦିଲ୍ଲୀ ଅଭିମୁଖେ ଯାଉଥିଲେ। ଏହାକୁ ନେଇ ପୂର୍ବରୁ ସିନ୍ଧୁ ସୀମାରେ ବହୁ ସଂଖ୍ୟକ ପୋଲିସ କର୍ମଚାରୀ ନିୟୋଜିତ ହୋଇଥିଲେ। ଏବେ କଂଗ୍ରେସ ସମାଜସେବୀ ସୋନମ ୱାଙ୍ଗଚୁକଙ୍କୁ ଗିରଫ କରାଯାଇଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଖୁବ ଗର୍ଜିଛନ୍ତି।
ଆକ୍ଟିଭିଷ୍ଟ ସୋନମ ୱାଙ୍ଗଚୁକଙ୍କ ଗିରଫଦାରୀକୁ ନେଇ କଂଗ୍ରେସ ନେତା ପୱନ ଖେଡା ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସ୍ବାଧୀନତା ପରଠାରୁ ପ୍ରଥମ ଥର ପାଇଁ ଦେଖାଯାଉଛି ଯେ କୃଷକ, ପରିବେଶବିତ୍‌ ତଥା ଯେଉଁମାନେ ନିଜର ଅଧିକାର ପାଇଁ ସ୍ବର ଉତ୍ତୋଳନ କରୁଛନ୍ତି ସେମାନଙ୍କ ପାଇଁ ଦିଲ୍ଲୀର ଦ୍ୱାର ବନ୍ଦ ରହିଛି। ଆପଣ ରାଜଘାଟକୁ ଯିବାକୁ ଚାହୁଁଥିବା ଲୋକଙ୍କୁ ତାଲା ପକାଉଛନ୍ତି। ଯେଉଁମାନେ ସମ୍ବିଧାନରେ ବିଶ୍ୱାସ କରନ୍ତି, ଏହା ହେଉଛି ପାପ ଯାହା ଭାଜପା ସରକାର କରିଛି।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ସୋନମ ୱାଙ୍ଗଚୁକଙ୍କୁ ଭେଟିବାକୁ ଯିବେ। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମୁଁ ଆଜି ଅର୍ଥାତ୍‌ ମଙ୍ଗଳବାର ସୋନମ ୱାଙ୍ଗଚୁକଙ୍କୁ ଭେଟିବା ପାଇଁ ବବାନା ପୋଲିସ ଷ୍ଟେଶନକୁ ଯିବି। ସୋନମ ୱାଙ୍ଗଚୁକ ଏବଂ ଆମର ୧୫୦ ଲଦାଖୀ ଭଉଣୀ ଓ ଭାଇ ଶାନ୍ତିପୂର୍ଣ୍ଣ ଭାବେ ଦିଲ୍ଲୀ ଆସୁଥିଲେ। ପୋଲିସ ସେମାନଙ୍କୁ ଅଟକାଇ ଦେଇଛି। ଗତକାଲି ରାତିରୁ ସେମାନେ ଅଛନ୍ତି ତାଙ୍କୁ ବବାନା ପୋଲିସ ଅଟକାଇ ଦେଇଛି। ତାଙ୍କୁ ଷ୍ଟେସନରେ କାରାଗାରରେ ରଖାଯାଇଛି।

Share