ପୋଲିସ ସାମ୍ନାରେ କାନ୍ଦିଲେ ଶିଳ୍ପା

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ମୁମ୍ବାଇ ପୋଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଶିଳ୍ପାଙ୍କୁ ବହୁତ ଟ୍ରୋଲ କରାଯାଉଛି। ଶିଳ୍ପା ରାଜଙ୍କ ସହ ସେ ଅନେକ କମ୍ପାନୀରେ ବ୍ୟବସାୟିକ ସହଯୋଗୀ ମଧ୍ୟ ଅଟନ୍ତି। ଶିଳ୍ପା ଶେଟ୍ଟୀଙ୍କ ନାମରେ ୨୩ଟି କମ୍ପାନୀ ଅଛି ଏବଂ ତାଙ୍କ ସ୍ବାମୀଙ୍କ ୯ଟି କମ୍ପାନୀର ମାଲିକ ଅଟନ୍ତି। ନିକଟରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଶିଳ୍ପା ଏବଂ ରାଜଙ୍କ ଜୁହୁ ସ୍ଥିତ ବାସଭବନରେ ଚଢାଉ କରିଥିଲା। ଚଢାଉ ସମୟରେ ପୋଲିସ ମଧ୍ୟ ରାଜଙ୍କୁ ସାଙ୍ଗରେ ନେଇଥିଲା। ଏହି ସମୟରେ ଶିଳ୍ପା ଏବଂ ତାଙ୍କ ସ୍ବାମୀଙ୍କ ମଧ୍ୟରେ ବିତର୍କ ହୋଇଥିଲା। ପୋଲିସ ସେଠାରେ ଦୀର୍ଘ ସମୟ ଧରି ଶିଳ୍ପାଙ୍କୁ ପଚରାଉଚରା କରିଥିଲା। ପୋଲିସ ସାମ୍ନାକୁ ଶିଳ୍ପା ଭୋ ଭୋ ହୋଇ କାନ୍ଦିଥିଲେ। ପଚରାଉଚରା ସମୟରେ ଶିଳ୍ପା ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ। ରାଜ୍‌ଙ୍କ କଥା ପଚରା ଯିବାରୁ ସେ କୌଣସି ପର୍ନୋଗ୍ରାଫି କଣ୍ଟେଣ୍ଟ୍‌ ପ୍ରସ୍ତୁତ କରୁ ନଥିଲେ ବୋଲି ସେ ପୋଲିସକୁ କହିଥିଲେ। ଏହି ଘଟଣାରେ ଶିଳ୍ପାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ମଧ୍ୟ ଯାଞ୍ଚ୍‌ କରାଯାଉଛି।

Share