ମୁହଁ ଲୁଚାଇ ବୁଲୁଛନ୍ତି ଶିଳ୍ପାଙ୍କ ସ୍ବାମୀ

ବମ୍ବେ: ଘରୁ ବାହାରକୁ ବାହାରିଲେ ମୁହଁ ଲୁଚାଉଛନ୍ତି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରା। ଥରେ କି ଦୁଇଥର ନୁହେଁ ଅନେକ ଥର ସେ ସ୍ବତନ୍ତ୍ର ପୋଷାକ ପିନ୍ଧି ଗାଡ଼ିରୁ ଓହ୍ଲାଉଥିବା ନଜର ଆସିଛି। ଫଳରେ ତାଙ୍କୁ ଟ୍ରୋଲ କରାଯାଉଛି।

ନିକଟରେ ବମ୍ବେ ବିମାନବନ୍ଦରରେ ରାଜ୍‌ଙ୍କୁ ଦେଖାଯାଇଥିଲା। ସେ ମୁହଁ ଲୁଚାଇ ଗାଡ଼ିରୁ ଓହ୍ଲାଇଥିଲେ। ସେଠାରେ ଉପସ୍ଥିତ କ୍ୟାମେରାମ୍ୟାନ୍‌ ତାଙ୍କ ଫଟୋ ନେବାକୁ ଚେଷ୍ଟା କରିଥିଲେ ହେଁ ସେ ସିଧାସିଧା ଚାଲିଯାଇଥିଲେ। ହେଲେ ଏହି ସମୟର କିଛି ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହେଉଛି। କେହି କେହି ତାଙ୍କୁ ହିମାଳୟ ଚାଲିଯିବା ଉଚିତ ବୋଲି କହୁଛନ୍ତି ତ କେହି ମୁହଁ ଲୁଚାଇବାକୁ ପଡ଼ିବା ଭଳି କାମ କାହିଁକି କଲ ବୋଲି ପ୍ରଶ୍ନ କରୁଛନ୍ତି।

ତେବେ ରାଜ ଗତ ବର୍ଷ ଅଶ୍ଳିଳ ଫିଲ୍ମ ନିର୍ମାଣ କରିବା ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିଲେ। ସେବେଠାରୁ ତାଙ୍କୁ ନେଇ ଚର୍ଚ୍ଚା ହେଉଛି। କିଛି ମାସ ତଳେ ସେ ଜାମିନରେ ମୁକୁଳିଛନ୍ତି।

Share