୧୪ ଦିନିଆ ନ୍ୟାୟିକ ହେପାଜତରେ ରାଜ୍‌ କୁନ୍ଦ୍ରା…

ମୁମ୍ବାଇ,୨୭।୭: ଅଶ୍ଳୀଳ ଫିଲ୍ମ ର୍ନିମାଣ ଏବଂ କିଛି ଆପ ମାଧ୍ୟମରେ ଏହାର ପ୍ରସାରଣ ଅଭିଯୋଗରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କ ପୋଲିସ ରିମାଣ୍ଡର ସମୟ ସୀମା ମଙ୍ଗଳବାର ଶେଷ ହୋଉଥିବାରୁ ତାଙ୍କୁ ଦୁର୍ଗ କୋର୍ଟରେ ହାଜର କରାଯାଇଥିଲା। ପୋଲିସ ପକ୍ଷରୁ ରାଜ କୁନ୍ଦ୍ରାଙ୍କ ହେପାଜତ ବୃଦ୍ଧି କରିବାକୁ ଦାବି କରାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ଗ୍ରହଣ ନ କରି କୁନ୍ଦ୍ରାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।
ସୂଚନା ପ୍ରଯୁକ୍ତି ଆଇନର ପ୍ରଯୁଜ୍ୟ ଅଧିନିୟମ ସହିତ ରାଜ କୁନ୍ଦ୍ରାଙ୍କୁ ଭାରତୀୟ ଦଣ୍ଡବିଧି ସଂହିତା ଧାରା ୪୨୦ (ପ୍ରତାରଣା), ୩୪ (କମନ୍‌ ଇଣ୍ଟ୍ରେଷ୍ଟ୍‌), ୨୯୨ ଏବଂ ୨୯୩ (ଅଶ୍ଳୀଳତା ଏବଂ ଅଭଦ୍ରତା) ଅନ୍ତର୍ଗତ ଗିରଫ କରାଯାଇଛି। କୋର୍ଟ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇବା ପରେ ଏହା ସ୍ପଷ୍ଟ ହୋଇଛି ଯେ ରାଜ କୁନ୍ଦ୍ରାଙ୍କୁ ଏବେ ଜେଲରେ ରହିବାକୁ ପଡ଼ିବ।

Share