ସୋସିଆଲ ମିଡିଆରେ ଜଣଙ୍କୁ ଫଲୋ କରୁଛନ୍ତି ରାଜ୍‌ କୁନ୍ଦ୍ରା, ଜାଣନ୍ତୁ…

ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ସୋସିଆଲ ମିଡିଆକୁ ପୁଣି ଫେରିଛନ୍ତି। ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ସେ ଗିରଫ ହୋଇଥିଲେ । ଏହାକୁ ନେଇ ସେ ଖୁବ୍‌ ଚର୍ଚ୍ଚାରେ ରହି ଆସୁଥିଲେ। ଲୋକଲଜ୍ଜା ସମାଲୋଚନାଠାରୁ ଡରି ଶିଳ୍ପା କିଛିଦିନ ବାହାରକୁ ଆସି ନ ଥିଲେ। ଏପରିକି ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ବହୁ ଦିନ ପରେ ସବୁ କିଛି ଧିରେ ଧିରେ ଠିକ ହେବା ପରେ କଥା ଶାନ୍ତ ହେବାରୁ ସେ ତାଙ୍କ କାମକୁ ଫେରିଥିଲେ । ନିକଟରେ ରାଜଙ୍କୁ ଶିଳ୍ପାଙ୍କ ସହ ମନ୍ଦିର ଦର୍ଶନ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ପ୍ରଥମେ ଶିଳ୍ପା ସୋସିଆଲ ମିଡିଆକୁ ଫେରିଥିବା ବେଳେ ରାଜ ଜେଲର ମୁକୁଳିଥିଲେ । ପୂର୍ବ କାଉଣ୍ଟକୁ ପ୍ରଥମେ ଡିଲିଟ କରିଥିବା ବେଳେ ଏବେ ସେ ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି। ସେ କେବଳ ଜଣଙ୍କୁ ଫଲୋ କରୁଛନ୍ତି। ଏପରିକି ସେ ଏହାକୁ ପ୍ରାଇଭେଟ ରଖିଥିବା ନେଇ ଦେଖିବାକୁ ମଧ୍ୟ ମିଳିଛି ।

Share