ସ୍ବାମୀଙ୍କଠାରୁ ୧୦୦ କୋଟି ଟଙ୍କାର ଉପହାର ପାଇବା ପରେ ଶିଳ୍ପା ସେଟ୍ଟୀଙ୍କ ଥିଲା ଏମିତି ପ୍ରତିକ୍ରିୟା

ଆଜିକାଲି ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ବିବାଦ ଘେରକୁ ଆସିଛନ୍ତି। ୨୦୦୯ ମସିହାରେ ରାଜ କୁନ୍ଦ୍ରା ଶିଳ୍ପା ସେଟ୍ଟୀଙ୍କୁ ୧୦୦ କୋଟି ଟଙ୍କାରେ ଆଇପିଏଲ ଦଳ କିଣି ଭାଲେଣ୍ଟାଇନ୍ସ ଡେ’ ଉପହାର ଭାବରେ ଦେଇଥିଲେ। ୨୦୦୯ରେ, ରାଜ ଏବଂ ଶିଳ୍ପା ରାଜସ୍ଥାନ ରୟାଲ୍ସ ଦଳର ସହ-ମାଲିକ ହୋଇଥିଲେ। ଶିଳ୍ପାଙ୍କୁ ଭାଲେଣ୍ଟାଇନ୍ସ ଡେ’ ଉପହାର ରୂପେ ଦେବା ପାଇଁ ରାଜ ଏହି ଦଳ କିଣିଥିଲେ। ସେତେବେଳେ ଶିଳ୍ପା ଏକ ମିଡିଆ ସାକ୍ଷାତକାରରେ କହିଥିଲେ ଯେ, ଏହା ରାଜଙ୍କ ବୁଦ୍ଧିମାନ ବ୍ୟବସାୟ ରଣନୀତିର ଏକ ଅଂଶ। ରାଜସ୍ଥାନ ରୟାଲ୍ସ ଶିଳ୍ପାଙ୍କ ପାଇଁ ଭାଲେଣ୍ଟାଇନ୍ସ ଡେ ଉପହାର ଏବଂ ସେ ଏହି ଉପହାରରେ ଖୁସି ଅଛନ୍ତି କି? ଏହି ପ୍ରଶ୍ନର ଉତ୍ତରରେ ଶିଳ୍ପା କହିଥିଲେ, ଏହା ଏକ ମହଙ୍ଗା ଉପହାର, ମୁଁ ବହୁତ ଖୁସି ହେବା ଉଚିତ୍‌। ଏହା କହି ଅଭିନେତ୍ରୀ ଜୋରରେ ହସିବାକୁ ଲାଗିଲେ। ଏଥି ସହିତ ରାଜ ମଧ୍ୟ କହିଥିଲେ ଯେ ଉପହାର ମୋ ପକ୍ଷରୁ ନୁହେଁ, ଏହା ମଧ୍ୟ ତାଙ୍କ (ଶିଳ୍ପା) ପକ୍ଷରୁ ଆସିଛି। ତେଣୁ ଏହା ଆମ ଦୁହିଁଙ୍କ ପାଇଁ ପାରସ୍ପରିକ ଉପହାର ଏବଂ ମୁଁ ନିଶ୍ଚିତ ଯେ ଭାଲେଣ୍ଟାଇନ୍ସ ଡେ’ରେ ଆମ ଦୁହିଁଙ୍କ ପାଇଁ ଏହା ସବୁଠାରୁ ମହଙ୍ଗା ଉପହାର।

Share