ମୁମ୍ବାଇ,୨୩ ।୭: ପର୍ନ ଭିଡିଓ ମାମଲାରେ ଫଶି ଥିବା ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ଅଡୁଆ ବେଳକୁ ବେଳ ବଢିବାରେ ଲାଗିଛି । ସେ ଏବେ ୨୭ ଜୁଲାଇ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରହିବେ । ସୋମବାର ବିଳମ୍ବିତ ରାତିରେ କ୍ରାଇମ ବ୍ରାଞ୍ଚର ପଚରା ଉଚରା ପରେ ତାଙ୍କ୍ୁ ଗିରଫ କରାଯାଇଥିଲା । ତାଙ୍କୁ ଗିରଫ କରିବା ପୂର୍ବରୁ ମଡ ଆଇଲ୍ୟାଣ୍ଡ ସ୍ଥିତ ଏକ ବଙ୍ଗଳା ଉପରେ ଚଢଉ କରାଯାଇଥିଲା । ଯେଉଁଠାରେ କେତେଜଣ ଲୋକ ପର୍ନ ଭିଡିଓ ଶୁଟିଂ କରୁଥିବା ଅବସ୍ଥାରେ ଧରାପଡିଥିଲେ । ସୂଚନାଯୋଗ୍ୟ, ରାଜଙ୍କ ପୋଲିସ ରିମାଣ୍ଡ ୨୩ ଜୁଲାଇ ଅର୍ଥାତ୍ ଶୁକ୍ରବାର ଶେଷ ହେଉଥିଲା । ପୋଲିସ ପଚରା ଉଚରା ପାଇଁ ଆଉ ୭ ଦିନ ସମୟ ମାଗିଥିବା ବେଳେ କୋର୍ଟ ଏହାକୁ ୨୭ ଜୁଲାଇ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ପୋଲିସକୁ ଏବେ ସନ୍ଦେହ ହୋଇଛି କି ରାଜ ପର୍ନ ଭିଡିଓରୁ ଯେଉଁ ରୋଜଗାର କରୁଥିଲେ ତାକୁ ଅନଲାଇନ ଜୁଆ ଖେଳରେ ଲଗାଉଥିଲେ ।