ହଁ, ମୁଁ ଭୁଲ୍‌ କରିଛି: କାହିଁକି ଏମିତି କହିଲେ ଶିଳ୍ପା ସେଟ୍ଟୀ

ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବେ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି। ଅଶ୍ଲୀଳ ଆପ୍‌ ପାଇଁ ରାଜ୍‌ କୁନ୍ଦ୍ରା ଗିରଫ ହୋଇ ଏବେ ଜେଲ୍‌ରେ ଅଛନ୍ତି। ସ୍ବାମୀ ଗିରଫ ହେବା ପରେ ଶିଳ୍ପା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ସର୍ବଦା ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଥିବା ଶିଳ୍ପା କିଛି ଦିନ ଏସବୁଥିରୁ ଦୂରେଇ ରହିଥିଲେ। ଏପରିକି ସୁପର୍‌ ଡ୍ୟାନ୍ସର ଚଳିତ ସଂସ୍କରଣରେ ମଧ୍ୟ ଯୋଗ ଦେଇ ନ ଥିଲେ। ଏବେ ଧୀରେ ଧୀରେ ସେ ସୋସିଆଲ ମିଡିଆକୁ ଫେରିବା ସହ ଶୁଟିଂ ମଧ୍ୟ କଲେଣି। ନିକଟରେ ଶିଳ୍ପା ଇନ୍‌ଷ୍ଟାଗ୍ରାମରେ ଏକ ନୋଟ୍‌ ଲେଖିଛନ୍ତି। ସେ ନିଜ ଇନ୍‌ଷ୍ଟା ଷ୍ଟୋରୀରେ ଶିଳ୍ପା ଶେଟ୍ଟୀ ସୋଫିଆ ଲୋରେନଙ୍କ ପୁସ୍ତକର କିଛି ଅଂଶ ଶେୟାର କରିଛନ୍ତି। ଏଥିରେ ଏହା ଲେଖାଯାଇଛି, ଭୁଲ ହେଉଛି ଜୀବନର ଏକ ଅଂଶ, ଯାହାକୁ ଆମକୁ ସାରା ଜୀବନ ଭୋଗିବାକୁ ପଡିବ। ଆମେ ଏଠାରେ କିଛି ଭୁଲ ନକରି ଆମ ଜୀବନକୁ ଆକର୍ଷଣୀୟ କରିପାରିବୁ ନାହିଁ। ଆମେ ଆଶା କରୁ ଯେ ସେହି ଭୁଲଗୁଡିକ ବିପଜ୍ଜନକ ହେବ ନାହିଁ ଯାହା ଅନ୍ୟମାନଙ୍କୁ ଆଘାତ ଦେଇପାରେ, କିନ୍ତୁ ତ୍ରୁଟି ହେବ। ମୁଁ ଭୁଲ୍‌ କରିଛି ଆଗକୁ ଆହୁରି ଶିଖିବି ବୋଲି ସେ କହିଛନ୍ତି।

Share