ମୁମ୍ବାଇ,୨୪ ।୭: ଉଦ୍ଦ୍ୟୋଗପତି ରାଜ କୁନ୍ଦ୍ରାଙ୍କ ପର୍ନ ଫିଲ୍ମ ର୍ୟାକେଟ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୁବ୍ଶୀଘ୍ର ଏଣ୍ଟ୍ରି ମାରିପାରେ ବୋଲି ବିଶେଷ ସୂତରୁ ମିଳିଥିବା ସୂଚନାରୁ ଜଣାପଡିଛି । ରାଜ କୁନ୍ଦ୍ରା ଓ ଲଣ୍ଡନର କମ୍ପାନୀ ମଧ୍ୟରେ ବହୁ ଟଙ୍କା ଲେଣଦେଣ ହୋଇଛି । ତେଣୁ ଇଡି ବହୁତ ଶୀଘ୍ର ମାମଲାର ଯାଞ୍ଚ କରିପାରେ । ଏହା ବ୍ୟତିତ ଉଦ୍ଦ୍ୟୋଗତିଙ୍କୁ ଫରେନ ଏକ୍ସଚେଞ୍ଚ ମ୍ୟାନେଜମେଣ୍ଟ ଆକ୍ଟ(ଏଫ୍ଇଏମ୍ଏ)ଆଧାରରେ ନୋଟିସ ହୋଇପାରେ । ସୂଚନାଯୋଗ୍ୟ, ଶୁକ୍ରବାର କୋର୍ଟ ରାଜ କୁନ୍ଦ୍ରାଙ୍କୁ ୨୭ ଜୁଲାଇ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି । ଶୁକ୍ରବାର ହିଁ ମୁମ୍ବାଇ ପୋଲିସ ହିଁ ଘଟଣା ସହ ଜଡିତ ବଡ ବଡ ତଥ୍ୟ ସାମ୍ନାକୁ ଆଣିଥିଲେ । ଯାଞ୍ଚ ସମୟରେ ଜଣାପଡିଥିଲା କି ହଟସ୍ପଟର ୨୦ ଲକ୍ଷ ସବସ୍କ୍ରାଇବର ଅଛନ୍ତି । ପୋଲିସକୁ ହ୍ୱାଟସଆପ ମାଧ୍ୟମରେ ଜଣାପଡିଥିଲା କି ନିଜ କଣ୍ଟେଣ୍ଟ ପାଇଁ ଗୁଗଲ ପ୍ଲେ ଷ୍ଟୋର ଓ ଆପଲରୁ ବ୍ଲାକଲିଷ୍ଟ ହେବା ପୂର୍ବରୁ କୁନ୍ଦ୍ରା ହଟସ୍ପଟକୁ ହଟଇବା ଯୋଜନା କରିଥିଲେ ।