ବମ୍ବେ: ସୋସିଆଲ ମିଡିଆକୁ ପୁଣି ଫେରିଲେ ରାଜ କୁନ୍ଦ୍ରା। ଅଶ୍ଳିଳ ଫିଲ୍ମ ନିର୍ମାଣ ମାମଲାରେ ଛନ୍ଦି ହୋଇ ଗିରଫ ହୋଇଥିଲେ ସେ। ଏହାପରଠାରୁ ସେ ଚର୍ଚ୍ଚାରେ ରହି ଆସୁଥିଲେ। ଲୋକଲଜ୍ଜାକୁ ଡରି ରାଜ୍ଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛିଦିନ ବାହାରକୁ ଆସି ନ ଥିଲେ। ଏପରିକି ସେ ସୋସିଆଲ ମିଡିଆରୁ ଦୂରେଇ ଯାଇଥିଲେ। ଧିରେ ଧିରେ କଥା ଶାନ୍ତ ପଡ଼ିବା ପରେ ସବୁକିଛି ସାମାନ୍ୟ ହୋଇଛି। ପ୍ରଥମେ ଶିଳ୍ପା ସୋସିଆଲ ମିଡିଆକୁ ଫେରିଥିବା ବେଳେ ଜେଲରୁ ମୁକୁଳି ରାଜ୍ ମଧ୍ୟ ସମାନ କରିଛନ୍ତି। ପ୍ରଥମେ ସେ ନିଜର ଆକାଉଣ୍ଟ ଡିଲିଟ୍ କରିଥିବା ବେଳେ ଏବେ ସେ ଅନ୍ୟ ଏକ ଆକାଉଣ୍ଟ ଖୋଲିଛନ୍ତି। ସେ କେବଳ ଜଣଙ୍କୁ ଫଲୋ କରୁଛନ୍ତି। ଏପରିକି ସେ ଏହାକୁ ପ୍ରାଇଭେଟ୍ ରଖିଥିବା ଦେଖାଯାଉଛି।