ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବାୟୋପିକ ୟୁଟି ୬୯ର ଟ୍ରେଲର ରିଲିଜ ହୋଇଛି। ସେ ନିଜେ ଏହି ଫିଲ୍ମରେ ଅଭିନୟ କରୁଛନ୍ତି। ଜଣେ ଅଭିନେତା ଭାବରେ ଏହା ତାଙ୍କର ପ୍ରଥମ ଫିଲ୍ମ। ତାଙ୍କର ଫିଲ୍ମ ୟୁଟି୬୯ ରାଜ କୁନ୍ଦ୍ରାଙ୍କ ଦୁଇ ମାସ ଜେଲରେ ବିତାଇଥିବା ଅନୁଭୂତି ଉପରେ ଆଧାରିତ। ଏହି ଫିଲ୍ମର ଟ୍ରେଲରରେ ଜେଲରେ ବିତାଇଥିବା ତାଙ୍କ କଷ୍ଟଦାୟକ ଦିନଗୁଡ଼ିକର ଝଲକ ଦେଖାଯାଇଛି ଏବଂ ଶାହନୱାଜ ଅଲିଙ୍କ ନିର୍ଦ୍ଦେଶିତ ତାଙ୍କ ଫିଲ୍ମ ନଭେମ୍ବର ୩ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ତାଙ୍କ ଫିଲ୍ମ ୟୁଟି୬୯ର ପ୍ରମୋଶନ ଇଭେଣ୍ଟ ସମୟରେ ରାଜ କୁନ୍ଦ୍ରା ଫିଲ୍ମ ବିଷୟରେ ଖୋଲାଖୋଲି ଭାବରେ କହିଥିଲେ। ସେ କହିଛନ୍ତି, ସେହି ୬୩ ଦିନ ମୋ ଜୀବନର ସବୁଠାରୁ କଠିନ ଦିନ ଥିଲା, ମୁଁ ପ୍ରାର୍ଥନା କରେ ଯେ ଏହି ଦିନ କାହାକୁ ଦେଖିବାକୁ ନ ପଡୁ। ମୋର ଆଣ୍ଠୁରେ ସମସ୍ୟା ଅଛି ତେଣୁ ମୁଁ ଭାରତୀୟ ଶୌଚାଳୟରେ ବସିପାରିଲି ନାହିଁ।ତେଣୁ ସେମାନେ ମୋତେ ଇଂରାଜୀ ଶୌଚାଳୟ ଦେଲେ ଏବଂ ତାହା ମଧ୍ୟ ବହୁତ ଭୟାନକ ଥିଲା। ମୋ ସହିତ କ’ଣ ଘଟିଲା ତୁମେ ଫିଲ୍ମରେ ଦେଖିବେ। ଆମେ ଜେଲର ଏକ ଅନ୍ଧକାର ସତ୍ୟ ଦେଖାଇଛୁ, ସତ କହିବାକୁ ଗଲେ ଜେଲ ହେଉଛି ଏହି ପୃଥିବୀର ସବୁଠାରୁ ଭୟଙ୍କର ସ୍ଥାନ।