ଶିଳ୍ପାଙ୍କ ନାଁରେ ୫ ଫ୍ଲାଟ୍‌ ଲେଖିଦେଲେ ସ୍ବାମୀ ରାଜ କୁନ୍ଦ୍ରା, ଦାମ୍‌ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ଗତବର୍ଷ ଅଶ୍ଳୀଳ ଫିଲ୍ମ କରିବା ମାମଲାରେ ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ଶିଳ୍ପା ସୋସିଆଲ ମିଡିଆରେ ଆବେଦନ କରିଥିଲେ କି, ତାଙ୍କ ଗୋପନୀୟତାକୁ ସମ୍ମାନ ଦିଆଯାଉ। କିନ୍ତୁ ବର୍ତ୍ତମାନ ଖବର ଆସିଛି, ରାଜ କୁନ୍ଦ୍ରା ଶିଳ୍ପା ସେଟ୍ଟୀଙ୍କୁ ୩୮.୫ କୋଟି ଟଙ୍କା ମୂଲ୍ୟର ପାଞ୍ଚଟି ଫ୍ଲାଟ୍‌ ଦେଇଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ରାଜ କୁନ୍ଦ୍ରା ଏହି ସବୁ ଫ୍ଲାଟକୁ ତାଙ୍କ ଶିଳ୍ପାଙ୍କୁ ଗିଫ୍ଟ ଦେଇଛନ୍ତି। ଯେଉଁଥି ପାଇଁ ଶିଳ୍ପା ୧.୯୨ କୋଟି ଟଙ୍କାର ଷ୍ଟାମ୍ପ୍‌ ଡ୍ୟୁଟି ଭରିଛନ୍ତି।

ଏହି ସମ୍ପତ୍ତି ଓ୍ବେବସାଇଟ୍‌ର ବରୁଣ ସିଂ କହିଛନ୍ତି, ରାଜ କୁନ୍ଦ୍ରା ସ୍ତ୍ରୀଙ୍କ ନାମରେ ଏହାକୁ କରିଥିବା ମୋଟ୍‌ କ୍ଷେତ୍ର ହେଉଛି ୫,୯୯୬ ବର୍ଗଫୁଟ। ୨୧ ଜାନୁୟାରୀ ୨୦୨୨ରେ କାଗଜପତ୍ର ପଞ୍ଜୀକୃତ ହୋଇଛି। ଏହି ଖବର ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି।

ଆଜିକାଲି ଶିଳ୍ପା ଟିଭି ରିୟାଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ଜଜ୍‌ ଭାବେ ନଜର ଆସୁଛନ୍ତି। ଏହା ବ୍ୟତୀତ ତାଙ୍କ ଫିଲ୍ମ ’ହଙ୍ଗାମା -୨’ ବି ରିଲିଜ ହୋଇଛି। ଏହାପୂର୍ବରୁ ସେ ଡ୍ୟାନ୍ସ ରିୟାଲିଟି ଶୋ’ ‘ସୁପର ଡାନ୍ସର’ର ମଧ୍ୟ ବିଚାରପତି ଥିଲେ।

Share