ଝିଅକୁ ପୂଜା କଲେ ରାଜକୁନ୍ଦ୍ରା, ଲୋକେ କହିଲେ ୯ଶହ ମୂଷା ଖାଇ ବିଲେଇ ବାହାରିଛି ହଜ କରି

ମୁମ୍ବାଇ: ଏବେ ସାରା ଦେଶରେ ପାଳନ କରାଯାଉଛି ନବରାତ୍ର । ମଙ୍ଗଳବାର ହେଉଛି ଏହାର ଶେଷ ଦିନ । ଏଥର ୩ ଅକ୍ଟୋବରରେ ପଡିଥିଲା ଦୁର୍ଗାଷ୍ଟମୀ । ଏହିଦିନ କନ୍ୟା ପୂଜନର ବିଧି ରହିଛି । ଅନେକ ଲୋକ ଏହିଦିନ କନ୍ୟାମାନଙ୍କୁ ପୂଜା କରିଥାଆନ୍ତି । ଏହି ଅବସରରେ ବଲିଉଡ ନାୟିକା ଶିଳ୍ପା ସେଟ୍ଟିବି ତାଙ୍କ ଘରେ କନ୍ୟା ଭୋଜର ଆୟୋଜନ କରିଥିଲେ । ଏଥିରେ ସେ ତାଙ୍କ ଝିଅ ସମିଷାକୁ ପୂଜା କରିଥିଲେ । ଏହାର ଏକ ଭିଡିଓ ଶିଳ୍ପ ସୋସିଆଲ ମିଡିଆରେ ଅପଲୋଡ କରିବା ପରେ ଏବେ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟସ ଆସୁଛି ।
ଉକ୍ତ ଭିଡିଓରେ ଶିଳ୍ପାଙ୍କ ପତି ତଥା ବିଜନେସମ୍ୟାନ ରାଜକୁନ୍ଦ୍ରା ତାଙ୍କ ଝିଅ ସମିଷାର ଗୋଡ ଧୋଇଦେଇ ତାଙ୍କୁ ପୂଜା କରୁଥିବା ଦେଖାଯାଇଛି । ବ୍ରାହ୍ମଣଙ୍କ କହିବା ଅନୁଯାୟୀ, ରାଜ ଝିଅ ସମିଷାର ଗୋଡକୁ ପୋଛିଦେଉଛନ୍ତି, ଏହାପରେ ଲାଲ ଚନ୍ଦନର ଟିପା ଲଗାଇ ଦେଇ ତାଙ୍କୁ ଆଳତି ଦେଇ ପୂଜା କରୁଛନ୍ତି । ଏବେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ କମେଣ୍ଟ ଆସୁଥିବା ବେଳେ ଜଣେ ୟୁଜର୍ସ ଲେଖିଛନ୍ତି ୯୦୦ ମୂଷା ଖାଇ ବିଲେଇ ବାହାରିଛି ହଜ କରିବାକୁ । ଅନ୍ୟ ଜଣେ ଲେଖିଛନ୍ତି, ଖୁବ୍ ସୁନ୍ଦର ଏମିତିବି ବାହାରର ଝିଅଙ୍କୁ ସମ୍ମାନ ଦିଅନ୍ତୁ କୁନ୍ଦ୍ରା ଜି । ଆଉ ଜଣେ ଲେଖିଛନ୍ତି, ଆରେ ଫେସସିଲ୍ଡ କୁଆଡେ ଗଲା । ଆଜି ମୁହଁ ଦେଖାଦେଲା, ଆଜି ସବୁ ପାପା ଧୋଇଯିବ । ଏମିତି ଭାବେ ୟୁଜର୍ସ ରାଜଙ୍କୁ ଟ୍ରୋଲ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସମାଜର ମୃତ୍ୟୁ ହୋଇଯାଇଛି: ସ୍ବରା

ମୁମ୍ବାଇ: ସମ୍ପ୍ରତି ଅଭିନେତା ଭିକି କୌଶଲ ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କର ଫିଲ୍ମ ‘ଛାବା’ ବକ୍ସ ଅଫିସରେ ନିଜ ଜଲ୍‌ଓ୍ବା ଦେଖାଇଚାଲିଛି। ରିଲିଜ୍‌ ହେବାର ମାତ୍ର ୫...

ଭିକ୍କି କୌଶଲଙ୍କ ପିଲ୍ମ ଦେଖିଥିବା ବ୍ୟକ୍ତିଙ୍କୁ ମିଳିବ ୧ ଲକ୍ଷ ଟଙ୍କା, ଜାଣନ୍ତୁ କାହିଁକି

ବେଙ୍ଗାଲୁରୁ,୧୯।୨: ଦର୍ଶକେ ବଡ଼ ପରଦାରେ ସିନେମା ଦେଖିବାକୁ ସିନେମା ହଲ ଯାଆନ୍ତି କିନ୍ତୁ ବର୍ତ୍ତମାନ ସିନେମା ଦେଖିବା ସମୟରେ ସେମାନଙ୍କୁ ଲମ୍ବା ବିଜ୍ଞାପନ ମଧ୍ୟ ଦେଖିବାକୁ...

ହଠାତ୍‌ ଶୋ’ ଛାଡ଼ି ଚମକାଇଲେ Dipika Kakar

ମୁମ୍ବାଇ: ଟେଲିଭିଜନର ଚର୍ଚ୍ଚିତ ଶୋ’ ‘ସେଲିବ୍ରିଟି ମାଷ୍ଟରଶେଫ୍‌’ ଦର୍ଶକଙ୍କ ହୃଦୟ ଜିତୁଛି। ଅଭିନେତା ଗୌରବ ଖନ୍ନାଙ୍କଠାରୁ ଆରମ୍ଭ କରି ତେଜସ୍ବୀ ପ୍ରକାଶଙ୍କ ଭଳି କଳାକାର ନିଜର...

କୁକୁର ଯୋଗୁ ଏହି ଅଭିନେତାଙ୍କ ହୋଇଥିଲା ଛାଡ଼ପତ୍ର: ମାତ୍ର ୩ ବର୍ଷରେ ଭାଙ୍ଗିଥିଲା ବିବାହ

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଆଫେୟାର୍ସ, ବ୍ରେକଅପ, ବିବାହ ଏବଂ ଛାଡପତ୍ର ଭଳି ଖବର ଆସିଥାଏ। ପ୍ରାୟତଃ ବ୍ରେକଅପ କିମ୍ବା ଛାଡପତ୍ରର କାରଣ ବୈବାହିକ ସମ୍ପର୍କ କିମ୍ବା ପାରସ୍ପରିକ...

Viral Video: ଅରିଜିତ ସିଂଙ୍କ ଚାଲିଥିଲା Live Concert; ହଠାତ୍‌ ମଝିରେ ଆସିଲା ବାପାଙ୍କ ଭିଡିଓ କଲ୍‌,ପରେ ଯାହାହେଲା…

ବଲିଉଡ୍‌ର ପପୁଲାର ସିଙ୍ଗର ଅରିଜିତ ସିଂଙ୍କର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ଲାଇଭ କନସର୍ଟ ମଝିରେ ତାଙ୍କ ବାପାଙ୍କ ଭିଡିଓ...

Video:ହଠାତ୍‌ ରାସ୍ତାରେ ଗାଡ଼ି ରୋକି ଏମିତି କାମ କଲେ ପ୍ରିୟଙ୍କା: ସମସ୍ତେ କରୁଛନ୍ତି ବାଃ ବାଃ

ଆଜିକାଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମୁମ୍ବାଇରେ ଅଛନ୍ତି। ନିକଟରେ ଦେଶୀ ଗର୍ଲଙ୍କୁ କାଲିନା ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ପ୍ରିୟଙ୍କା ଗ୍ରେ ରଙ୍ଗର ସ୍ବେଟପ୍ୟାଣ୍ଟ ସହ ଟପ...

ଝାନ୍ସୀରେ ‘ବର୍ଡର ୨’ର ଶୁଟିଂ

ଝାନ୍ସି: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ‘ବର୍ଡର ୨’ ଫିଲ୍ମକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ତେବେ ସନ୍ନି ଏହି ଫିଲ୍ମର...

Sikandar Release Date: ଫେବୃଆରୀ ୨୭ରେ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେବେ ସଲମାନ

ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ସିକନ୍ଦର’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି। ଅନେକ ଦିନର ବ୍ୟବଧାନ ପରେ ସଲମାନ ‘ସିକନ୍ଦର’ ସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image