ନିଜ ବାୟୋପିକ୍‌ରେ ହିରୋ ହେବେ ରାଜ କୁନ୍ଦ୍ରା

ମୁମ୍ବାଇ: ଫିଲ୍ମ ପ୍ରଯୋଜକ ତଥା ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ବାୟୋପିକ୍‌ ନିର୍ମାଣ ହେବାକୁ ଯାଉଛି। ଏଥିରେ ନିଜେ ରାଜ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିବାକୁ ନେଇ ଚର୍ଚ୍ଚା ହେଉଛି। ରାଜ୍‌ ପର୍ନ ଫିଲ୍ମ ନିର୍ମାଣ କରିବା ଘଟଣା ତାଙ୍କ ବାୟୋପିକ୍‌ର ମୁଖ୍ୟ କଥାବସ୍ତୁ ରହିଛି।
ସୂଚନାଯୋଗ୍ୟ ଉକ୍ତ ଫିଲ୍ମ ଜରିଆରେ ରାଜ୍‌ ଅଭିନୟରେ ଡେବ୍ୟୁ କରିବେ। ଝିଅଙ୍କୁ ଫିଲ୍ମ ହେବା ଲୋଭରେ ଫସେଇ ରାଜ୍‌ ଅଶ୍ଳୀଳ ଭିଡିଓ ନିର୍ମାଣ କରିବା ନେଇ ଅଭିଯୋଗ ହେବା ପରେ ୨୦୨୧ ଜୁଲାଇ ୧୯ରେ ମୁମ୍ବାଇ ପୋଲିସ ତାଙ୍କୁ ଗରଫ କରିଥିଲା। ସେହିବର୍ଷ ସେପ୍ଟେମ୍ବର ୨୧ରେ ତାଙ୍କୁ ଚୁକ୍ତିମୂଳକ ଜାମିନ ମିଳିଥିଲା। ଏ ସଂକ୍ରାନ୍ତରେ ତାଙ୍କୁ ୬୩ ଦିନ ମୁମ୍ବାଇ ଅର୍ଥର ରୋଡ୍‌ ଜେଲରେ ରହିବାକୁ ପଡ଼ିଥିଲା। ଜେଲରୁ ବାହାରିବା ପରଠାରୁ ରାଜ୍‌ ବାହାରକୁ ଗଲାବେଳେ ମୁହଁକୁ ସର୍ମ୍ପୂ୍‌ଣ୍ଣ ଘୋଡ଼ାଇଲା ଭଳି ମୁଖା ପିନ୍ଧି ଯାଉଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରୁ ନିଜକୁ କିଛିଦିନ ଦୂରରେ ରଖିବା ପରେ ରାଜ୍‌ ଏବେ ଇନ୍‌୍‌ଷ୍ଟାଗ୍ରାମରେ ଆକ୍ଟିଭ୍‌ ଅଛନ୍ତି। ୨୦୦୯ରେ ରାଜ୍‌ ଶୀଳ୍ପାଙ୍କୁ ଦ୍ୱିତୀୟ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଈଶାନଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଆଲିଆଙ୍କ ବଡ଼ ଭଉଣୀ

ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଭଉଣୀ ଶାହୀନ ଭଟ୍ଟ। ସର୍ବଦା ଲାଇମ୍‌ଲାଇଟ୍‌ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ସେ। ହେଲେ ସୋସିଆଲ...

‘ଜାଟ୍‌’ ସିନେମାକୁ ନେଇ ବିବାଦ: ସନ୍ନି ଦେଓଲ, ରଣଦୀପ୍‌ ହୁଡାଙ୍କ ନାଁରେ ମାମଲା

ଚଣ୍ଡିଗଡ଼,୧୯।୪:ଗତ ୧୦ ତାରିଖରେ ମୁକ୍ତିଲାଭ କରିଥିବା ‘ଜାଟ୍‌’ ଚଳଚ୍ଚିତ୍ରର ଏକ ଦୃଶ୍ୟ ସମଗ୍ର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗକ୍ରମେ ବଲିଉଡ୍‌ ଅଭିନେତା...

କ’ଣ ଏହି ମଡେଲଙ୍କୁ ଡେଟ୍‌ କରୁଛନ୍ତି ହନି ସିଂ? ଜନ୍ମଦିନ ପାର୍ଟିରେ ହାତ ଧରି…

ମୁମ୍ବାଇ: ପ୍ରେମରେ ପଡ଼ିଛନ୍ତି ଖ୍ୟାତନାମା ରାପର ହନି ସିଂ। ଜଣେ ମଡେଲଙ୍କ ପାଇଁ ତାଙ୍କ ହୃଦୟରେ ଗୀଟାର, ବୀଣା ବାଜିବା ଆରମ୍ଭ ହୋଇଛି। ସଂଗୀତ ଦୁନିଆରେ...

Top 5 Evergreen Odia Film Songs: ଶୁଣିଲେ ଆଜି ବି ହେବେ ଗୁଣୁଗୁଣୁ, ଜାଣନ୍ତୁ…

୧୯୬୩ରୁ ଆରମ୍ଭ ହୋଇଛି ଓଡ଼ିଆ ସିନେମା ନିର୍ମାଣର ଧାରା, ଯେଉଁ ଧାରାକୁ ଅଧିକ ଲୋକପ୍ରିୟ କରାଇଛି ଏହାର ଗୀତ। କିଏ ସିନେମା ଦେଖନ୍ତୁ କିମ୍ବା ନ...

Athiya Shetty Baby Girl Name: ଝିଅର ନାମକରଣ କଲେ ରାହୁଲ-ଆଥିୟା, ଶୁଣୁଶୁଣୁ ଅନୁଷ୍କା କଲେ କମେଣ୍ଟ

ମୁମ୍ବାଇ: ଆଥିୟା ଶେଟ୍ଟୀ ଏବଂ କେଏଲ ରାହୁଲଙ୍କ ଘରେ ଖୁସି ଆସିଛି। Athiya ୨୪ ମାର୍ଚ୍ଚରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଝିଅର ଜନ୍ମ...

Top 5 Odishi Dancers in Odisha: ଓଡ଼ିଶୀ ନୃତ୍ୟକୁ ପ୍ରଚାର ପ୍ରସାର କରିବାରେ ୫ ନୃତ୍ୟଶିଳ୍ପୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା

ଓଡ଼ିଶୀ ନୃତ୍ୟକୁ  ପ୍ରଚାର ପ୍ରସାର କରିବାରେ ଅନେକ ଓଡ଼ିଶୀ ନୃତ୍ୟଶିଳ୍ପୀଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମାତ୍ର ଏମାନଙ୍କ ମଧ୍ୟରୁ ୫ ଶ୍ରେଷ୍ଠ ଓଡ଼ିଶୀ ନୃତ୍ୟଶିଳ୍ପୀ (Top...

Sonakshi sinha divorce:ଜହିର ଇକବାଲଙ୍କଠାରୁ ତଲାକ ନେବେ ସୋନାକ୍ଷୀ ସିହ୍ନା? ମୁସଲିମ ପତିଙ୍କଠାରୁ ଅଲଗା ହେବାକୁ ରଖିଲେ ଏମିତି ସର୍ତ୍ତ

ମୁମ୍ବାଇ: ସୋନାକ୍ଷୀ ସିହ୍ନା ତାଙ୍କର ଦୀର୍ଘ ଦିନର ପ୍ରେମିକ ଜାହିର ଇକବାଲଙ୍କୁ ୨୩ ଜୁନ ୨୦୨୪ରେ ବିବାହ କରିଥିଲେ। ପରିବାର ବ୍ୟତୀତ ଅଭିନେତ୍ରୀଙ୍କ ନିକଟତର ବନ୍ଧୁମାନେ...

ସିନେମାରେ ବିପ୍ଳବ: କନ୍ନଡ ଭାଷାରେ ନିର୍ମିତ ବିଶ୍ୱର ପ୍ରଥମ AI ଫିଲ୍ମ ‘ଲଭ୍ ୟୁ’

ନୂଆଦିଲ୍ଲୀ,୧୬।୪: କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଯୁକ୍ତିବିଦ୍ୟା ବିଶ୍ୱବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି। ଏହାରି ମଧ୍ୟରେ ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ AI-ଜେନେରେଟେଡ୍ ଫିଲ୍ମ ତିଆରି ହୋଇଛି ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image