ମୁମ୍ବାଇ: ବଲିଉଡ୍ର ପ୍ରସିଦ୍ଧ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପାଇଁ ଚର୍ଚ୍ଚାରେ ରହିଛନ୍ତି। ରାଜ କୁନ୍ଦ୍ରାଙ୍କ ନାମରେ ଏକ ଅଶ୍ଳୀଳ ମାମଲାରେ ଜଡ଼ିତ ହୋଇଛି। ଯେଉଁଥିରେ ଅନେକ ଅଭିନେତ୍ରୀ ତାଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣିଥିଲେ। ଏହି ମାମଲାରେ ତାଙ୍କୁ ଦୁଇ ମାସ ଜେଲରେ ରହିବାକୁ ପଡ଼ିଥିଲା। ତେବେ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା। ରାଜ କୁନ୍ଦ୍ରାଙ୍କ ସହ ଜଡ଼ିତ ଏହି ହାଇ ପ୍ରୋଫାଇଲ ମାମଲା ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା। କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ, ଏହି ପୂରା ଘଟଣା ଫିଲ୍ମର ରଙ୍ଗୀନ ପରଦାରେ ପ୍ରଦର୍ଶିତ ହେବ। ଏଥିରେ କୁନ୍ଦ୍ରା ନିଜେ ମୁଖ୍ୟ ଭୂମିକାରେ ଅଭିନୟ କରିବେ।
ମାମଲାରେ ଦଣ୍ଡ ସ୍ବରୂପ ୬୩ ଦିନ ଜେଲରେ ରହିଥିଲେ। ଜେଲରୁ ବାହାରିବା ପରେ ମଧ୍ୟ ରାଜ କୁନ୍ଦ୍ରା ଲୋକଙ୍କ ସାମ୍ନାକୁ ଆସିବାକୁ ଏଡ଼ାଇ ଯାଇଥିଲେ, କିନ୍ତୁ ବର୍ତ୍ତମାନ ଏଭଳି କିଛି ରିପୋର୍ଟ ବାହାରକୁ ଆସୁଛି ଯେଉଁଥିରେ ବର୍ଷକ ମଧ୍ୟରେ ଘଟିଥିବା ଏହି ପୂରା ଏପିସୋଡରେ ଏକ ଫିଲ୍ମ ନିର୍ମାଣ ପାଇଁ ପ୍ରସ୍ତୁତି ଚାଲିଛି। ଖୁବ୍ଶୀଘ୍ର କୁନ୍ଦ୍ରାଙ୍କ ଏହି ଘଟଣାବଳୀକୁ ନେଇ ଏକ ଫିଲ୍ମ ନିର୍ମାଣ କରାଯିବ। ସେ ନିଜେ ଏହି ଫିଲ୍ମ ନିର୍ମାଣ କରିବେ।
ଆର୍ଥର ରୋଡ ଜେଲରେ ବନ୍ଦୀ ଥିବା ସମୟରେ ଆଗାମୀ ଫିଲ୍ମ ଦର୍ଶକଙ୍କୁ ରାଜ କୁନ୍ଦ୍ରାଙ୍କ ଅନୁଭୂତି ଆଣିଦେବ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି, ରାଜ ନିଜେ ଏହି ଫିଲ୍ମରେ ଅଭିନୟ କରିବେ ଏବଂ ସ୍କ୍ରିପ୍ଟିଂ ପର୍ଯ୍ୟନ୍ତ ସହଯୋଗ କରିବେ। ଏହି ଖବରରେ ବ୍ୟବସାୟୀ ଅଭିନେତା ହେବାର ଚର୍ଚ୍ଚା ଚାଲିଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା କାହାକୁ ଦିଆଯିବ ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ଫିଲ୍ମଟି ବର୍ତ୍ତମାନ ପୋଷ୍ଟ ପ୍ରଡକ୍ସନରେ ଅଛି ଏବଂ ଖୁବ୍ଶୀଘ୍ର ଫ୍ଲୋର୍କୁ ଆସିବ।