Posted inଜାତୀୟ

ଲାଉଡ୍‌ସ୍ପିକର୍‌କୁ ନେଇ ପୁଣି ଗର୍ଜିଲେ ରାଜ୍‌ ଠାକରେ

ମୁମ୍ବାଇ,୪।୫: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ସରକାରଙ୍କ ଚେତାବାନୀ ଓ ପୋଲିସର ନୋଟିସ ସତ୍ତ୍ୱେ ବୁଧବାର ପୁଣି ମସଜିଦରେ ଲାଗିଥିବା ଲାଉଡସ୍ପିକରକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଲାଉଡ ସ୍ପିକର ବିବାଦରେ ତାଙ୍କ ପାର୍ଟି ଏକାକୀ ହୋଇ ଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କ ପାଖକୁ କଲ ଆସୁଛି। ତାଙ୍କ ଦଳର କର୍ମୀମାନଙ୍କୁ ଟାର୍ଗେଟ କରାଯାଉଛି। ଆମ ସହ କାହିଁକି ଏମିତି କରାଯାଉଛି ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଯଦି ଅଜାନ ଲାଉଡ ସ୍ପିକରରେ ବାଜିବ, ତା’ହେଲେ ହନୁମାନ ଚାଳିଶା ଆମ୍ପିଲିଫାୟରେ ୨ ଗୁଣା ସାଉଣ୍ଡ ଦେଇ ପଢାଯିବ। ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶରେ ଲାଉଡସ୍ପିକର ବନ୍ଦ କରିଛନ୍ତି, ତେବେ ମହରାଷ୍ଟ୍ର ମଧ୍ୟ ଏହାକୁ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି।
ମହାରାଷ୍ଟ୍ର ଗୃହ ବିଭାଗର ତଥ୍ୟ ଅନୁଯାୟୀ, ମୁମ୍ବାଇରେ ୧୧୪୦ଟି ମସଜିଦ ରହିଛି ଓ ଏହା ମଧ୍ୟରୁ ୧୩୫ଟିରେ ଆଜି ଲାଉଡସ୍ପିକର ଦ୍ୱାରା ଅଜାନ ପଢାଯାଇଛି। ଯଦି ସେମାନେ ସୁପ୍ରିମକୋର୍ଟଙ୍କ ନିୟମର ଉଲ୍ଲଙ୍ଘନ କରିଥିବେ, ତା’ହେଲେ ମସଜିଦର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀକୁ ହତ୍ୟା କରି ସୁଟକେସରେ ମୃତଦେହ ଭର୍ତ୍ତି କଲେ ସ୍ୱାମୀ, ଫୋନ୍ କରି ଶ୍ୱଶୁର ଘର ଲୋକଙ୍କୁ ଜଣାଇଲେ

ବେଙ୍ଗାଲୁରୁ,୨୮ା୩: ବେଙ୍ଗାଲୁରୁ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଯିଏ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ପୁଣେ ପଳାଇ...

Kathua Encounter : ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୪ ପୋଲିସ ଶହୀଦ, ୫ ଆହତ

ଶ୍ରୀନଗର,୨୮ା୩: ଜମ୍ମୁ-କାଶ୍ମୀରର କଠୁଆ ଜିଲାରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟର ସମୟରେ ୪ ପୋଲିସ କର୍ମଚାରୀ ନିହତ ହୋଇଥିବା ସୂଚନା ମିଳିଛି। ଦୁଇଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗୁଳି...

ୟୁନୁସ୍‌ଙ୍କ ଏମିତି ପ୍ରତିଶ୍ରୁତି ଦେଲେ ମୋଦି: ସମ୍ପର୍କ ସୁଦୃଢ ପାଇଁ….

ନୂଆଦିଲ୍ଲୀ,୨୮ା୩:ହିନ୍ଦୁଙ୍କ ପ୍ରତି ହିଂସା ବଢ଼ିବାକୁ ନେଇ ବାଂଲାଦେଶ ସହ ଭାରତର ରାଜନୈତିକ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଥିବାବେଳେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ନୂଆଦିଲ୍ଲୀର ପ୍ରତିଶ୍ରୁତିକୁ...

‘୨୦-୩୦ ଆସନ ମିଳିଥିଲେ କେନ୍ଦ୍ରରେ ସରକାର ଗଠନ କରିଥାଆନ୍ତୁ’, କଂଗ୍ରେସ ନେତାଙ୍କ ବୈଠକରେ କାହିଁକି ଏମିତି କହିଲେ ଖାର୍ଗେ

ନୂଆଦିଲ୍ଲୀ,୨୭।୩: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ଦଳର ଜିଲା ୟୁନିଟ ମୁଖ୍ୟମାନଙ୍କୁ ରାଜ୍ୟଗୁଡ଼ିକରେ ନିର୍ବାଚନ ଜିତିବା ପାଇଁ ଏକ ଦୀର୍ଘକାଳୀନ...

ଲୋକ ସଭାରେ ପାସ ହେଲା ଇମିଗ୍ରେସନ ବିଲ୍‌, ଶାହା କହିଲେ ଯିଏ ଦେଶ ପାଇଁ ବିପଦ ଆମେ ତାଙ୍କ ଉପରେ ନଜର ରଖିଛୁ

ନୂଆଦିଲ୍ଲୀ,୨୭।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଏହି ସମୟରେ, ପ୍ରବାସ ବିଲ ଆଜି (୨୭ ମାର୍ଚ୍ଚ) ଲୋକ ସଭାରେ ଗୃହୀତ ହୋଇଛି। ଅନୁପ୍ରବେଶ...

Kathua Encounter : ଆତଙ୍କବାଦୀ ସୁରକ୍ଷାକର୍ମୀ ମୁହାଁମୁହିଁ, ୨ ଯବାନ ଶହୀଦ, ୫ ଆହତ

ଶ୍ରୀନଗର,୨୭।୩: ଜମ୍ମୁ-କଶ୍ମୀରର କଠୁଆ ଜିଲାର ରାଜବାଗରେ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଥିଲା। କଠୁଆର ଜୁଥାନା ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର...

‘ଧରା ହୋଇଥିବା ବାଂଲାଦେଶୀଙ୍କ ପାଖରୁ ମିଳିଲା ପଶ୍ଚିମବଙ୍ଗ ଆଧାର କାର୍ଡ’, ମମତାଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ଶାହା

ନୂଆଦିଲ୍ଲୀ,୨୭।୩: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଗୁରୁବାର (୨୭ ମାର୍ଚ୍ଚ, ୨୦୨୫) ଲୋକ ସଭାରେ ପ୍ରବାସ ଏବଂ ବିଦେଶୀ ବିଲ ୨୦୨୫ ଉପରେ ଭାଷଣ ଦେବା...

ବ୍ୟାଙ୍କ୍‌ରୁ Loan ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ, କିଏ ପ୍ରତିଶୋଧ କରନ୍ତି ଟଙ୍କା: ଜାଣନ୍ତୁ କ’ଣ ଅଛି ନିୟମ

ନୂଆଦିଲ୍ଲୀ,୨୭।୩: ଆଜିକାଲି ଆବଶ୍ୟକତା ପୂରଣ କରିବା ପାଇଁ Loan ବା ଋଣ ନେବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସାଧାରଣତଃ ଲୋକମାନେ ଘର କିମ୍ବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image