Advertisement

ଲାଉଡ୍‌ସ୍ପିକର୍‌କୁ ନେଇ ପୁଣି ଗର୍ଜିଲେ ରାଜ୍‌ ଠାକରେ

ମୁମ୍ବାଇ,୪।୫: ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ସରକାରଙ୍କ ଚେତାବାନୀ ଓ ପୋଲିସର ନୋଟିସ ସତ୍ତ୍ୱେ ବୁଧବାର ପୁଣି ମସଜିଦରେ ଲାଗିଥିବା ଲାଉଡସ୍ପିକରକୁ ନେଇ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଲାଉଡ ସ୍ପିକର ବିବାଦରେ ତାଙ୍କ ପାର୍ଟି ଏକାକୀ ହୋଇ ଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ତାଙ୍କ ପାଖକୁ କଲ ଆସୁଛି। ତାଙ୍କ ଦଳର କର୍ମୀମାନଙ୍କୁ ଟାର୍ଗେଟ କରାଯାଉଛି। ଆମ ସହ କାହିଁକି ଏମିତି କରାଯାଉଛି ବୋଲି ସେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଯଦି ଅଜାନ ଲାଉଡ ସ୍ପିକରରେ ବାଜିବ, ତା’ହେଲେ ହନୁମାନ ଚାଳିଶା ଆମ୍ପିଲିଫାୟରେ ୨ ଗୁଣା ସାଉଣ୍ଡ ଦେଇ ପଢାଯିବ। ଯୋଗୀ ଆଦିତ୍ୟନାଥ ଉତ୍ତର ପ୍ରଦେଶରେ ଲାଉଡସ୍ପିକର ବନ୍ଦ କରିଛନ୍ତି, ତେବେ ମହରାଷ୍ଟ୍ର ମଧ୍ୟ ଏହାକୁ ବନ୍ଦ କରାଯାଉ ବୋଲି ସେ ଦାବି କରିଛନ୍ତି।
ମହାରାଷ୍ଟ୍ର ଗୃହ ବିଭାଗର ତଥ୍ୟ ଅନୁଯାୟୀ, ମୁମ୍ବାଇରେ ୧୧୪୦ଟି ମସଜିଦ ରହିଛି ଓ ଏହା ମଧ୍ୟରୁ ୧୩୫ଟିରେ ଆଜି ଲାଉଡସ୍ପିକର ଦ୍ୱାରା ଅଜାନ ପଢାଯାଇଛି। ଯଦି ସେମାନେ ସୁପ୍ରିମକୋର୍ଟଙ୍କ ନିୟମର ଉଲ୍ଲଙ୍ଘନ କରିଥିବେ, ତା’ହେଲେ ମସଜିଦର କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗ କହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share