Categories: ଜାତୀୟ

ସୁପ୍ରିୟା ସୁଲେ କେନ୍ଦ୍ରମନ୍ତ୍ରୀ ହେଲେ ମୁଁ ଆଶ୍ଚର୍ଯ୍ୟ ହେବିନି: ରାଜ ଠାକରେ

ମୁମ୍ବାଇ,୩।୭: ମହାରାଷ୍ଟ୍ରରେ ଅଜିତ ପାଓ୍ବାରଙ୍କ ଗୋଟିଏ ନିଷ୍ପତ୍ତି ରାଜନୀତିର ବାତାବରଣକୁ ଉଷ୍ମ କରିଦେଇଛି। ଅଜିତ ପାଓ୍ବାର ଉପ ମୁଖ୍ୟମନ୍ତ୍ରୀ ହେବା ପରେ ଶରଦ ପାଓ୍ବାରଙ୍କ ଗ୍ରୁପ ପକ୍ଷରୁ ଆକ୍ରମଣ ବଢି ଯାଇଛି। ଏପଟେ ରାଜ୍ୟର ଆଉ ଏକ ଦଳ ମନସେର ମୁଖ୍ୟ ରାଜ ଠାକରେ ଏହି ସମ୍ପୂର୍ଣ୍ଣ ଘଟଣାକୁ ଡ୍ରାମା ବୋଲି କହିଛନ୍ତି।ରାଜ ଠାକରେ କହିଛନ୍ତି ଏନସିପିର ବଡ ନେତା ଦଳ ଛାଡି ଯାଉଛନ୍ତି ଆଉ ଏ କଥା ଶରଦ ପାଓ୍ବାରଙ୍କୁ ଜଣାନାହିଁ , ଏମିତି କେମିତି ହୋଇପାରିବ।
ମନସେ ମୁଖ୍ୟ ମୁମ୍ବାଇରେ ଥିବା ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗୋଟିଏ କଥା ବୁଝିବା ଯୋଗ୍ୟ ଯେ ଯଦିଓ ଶରଦ ପାୱାର କହିଛନ୍ତି ଯେ ଏହି ଘଟଣାରେ ତାଙ୍କର କୌଣସି ସମ୍ପର୍କ ନାହିଁ। ଦିଲୀପ ଭାଲସେ ପାଟିଲ ହୁଅନ୍ତୁ ଅବା ପ୍ରଫୁଲ୍ଲ ପଟେଲ କିମ୍ବା ଛଗନ ଭୁଜବଳ ହୁଅନ୍ତୁ, ଏହି ଲୋକମାନେ ସେପରି ଦଳ ଛାଡିବେ ନାହିଁ। ଆସନ୍ତାକାଲି ସୁପ୍ରିୟା ସୁଲେ କେନ୍ଦ୍ରରେ ମନ୍ତ୍ରୀ ହୋଇଗଲେ ବି ମୁଁ ଆଶ୍ଚର୍ଯ୍ୟ ହେବି ନାହିଁ। ଏହି ସବୁ ଜିନିଷ ସକାଳେ ଶପଥ ଗ୍ରହଣ ସମାରୋହରୁ ଆରମ୍ଭ ହୋଇଥିଲା, ତା’ପରେ ଶିବସେନା, ଏନସିପି ଏବଂ କଂଗ୍ରେସର ପାର୍ଟି ହୋଇଥିଲା। ସେଥିପାଇଁ ମହାରାଷ୍ଟ୍ରରେ କିଏ ଶତ୍ରୁ ଏବଂ କିଏ ମିତ୍ର ଏହା କିଛି ବାକି ନାହିଁ ।

Share