ମୁମ୍ବାଇ,୧୬ ।୧୦: ମୁମ୍ବାଇର ଅନ୍ଧେରୀ ଇଷ୍ଟ ବିଧାନସଭା ଆସନ ପାଇଁ ହେବାକୁ ଯାଉଥିବା ଉପନିର୍ବାଚନକୁ ନେଇ ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ ଠାକରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିଶଙ୍କୁ ଚିଠି ଲେଖିଛନ୍ତି । ସେ ଦେବେନ୍ଦ୍ର ଫଡନଭିଶଙ୍କୁ ଅନୁରୋଧ କରି କହିଛନ୍ତି ଆପଣ ଏହି ନିର୍ବାଚନ ଲଢନ୍ତୁ ନାହିଁ ।
ରାଜ ଠାକରେ କହିଛନ୍ତି, ଏହି ଆସନରେ ରମେଶ ଲଟକେ ବିଧାୟକ ଥିଲେ । ତାଙ୍କର ବିୟୋଗ ପରେ ରମେଶଙ୍କ ପତ୍ନୀ ଏହି ଆସନରୁ ନିର୍ବାଚନ ଲଢୁଛନ୍ତି । ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି କି ଆପଣ ଏହି ଆସନରୁ ନିର୍ବାଚନ ଲଢନ୍ତୁ ନାହିଁ । ଏମିତି ହେଲେ ରମେଶଙ୍କ ପତ୍ନୀ ବିଧାୟକ ହେବା ସହ ରମେଶଙ୍କ ପ୍ରତି ଏହା ଶ୍ରଦ୍ଧାଞ୍ଜଳୀ ହେବ । ଏହାକୁ ନେଇ ଉପ ମୁଖ୍ୟମନ୍ତ୍ରୀ ଚିଠିର ଜବାବ ଦେଇଛନ୍ତି । ଫଡନବିଶ କହିଛନ୍ତି, ରାଜ ଠାକରେ ଏକ ଭଲ ଭାବନା ନେଇ ମୋ ନିକଟକୁ ପତ୍ର ଲେଖିଛନ୍ତି । ହେଲେ ନିଷ୍ପତ୍ତି ମୁଁ ଏକେଲା ନେଇ ପାରିବି ନାହିଁ । ଦଳର ବଡ ବଡ ନେତା ଓ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ନିଷ୍ପତ୍ତି ନିଆଯିବ ।
Posted inଜାତୀୟ