ମୁମ୍ବାଇ,୨।୫: ଅକ୍ଷୟ ତୃତୀୟା ଅବସରରେ ମହାଆରତୀ କରିବେନି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ଅଧ୍ୟକ୍ଷ ରାଜ୍ ଠାକ୍ରେ। ମୁସଲମାନମାନେ ମଙ୍ଗଳବାର ନିର୍ବିଘ୍ନରେ ରମଜାନ ଇଦ୍ ପାଳନ କରିବେ ବୋଲି ଏମ୍ଏନ୍ଏସ୍ ଅଧ୍ୟକ୍ଷ ରାଜ୍ ଠାକ୍ରେ ସୋମବାର ଏନେଇ ଘୋଷଣା କରିଛନ୍ତି। ମୁସଲମାନମାନେ ଆନନ୍ଦର ସହ ଉତ୍ସବ ପାଳନ କରନ୍ତୁ। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଅକ୍ଷୟ ତୃତୀୟାରେ ଆରତୀ କାର୍ଯ୍ୟକ୍ରମ ବନ୍ଦ ରଖିବା ଲାଗି ସେ ତାଙ୍କ ଦଳୀୟ କର୍ମୀମାନଙ୍କୁ ଅନୁରୋଧ କରିଛନ୍ତି। କୌଣସି ଉତ୍ସବ ପାଳନରେ ଏମ୍ଏନ୍ଏସ୍ ସମସ୍ୟା ସୃଷ୍ଟି କରିବ ନାହିଁ ବୋଲି ରାଜ୍ ଠାକ୍ରେ ଟୁଇଟ କରି କହିଛନ୍ତି। ଡାକବାଜି ଯନ୍ତ୍ର କେବଳ ଧର୍ମୀୟ ସମସ୍ୟା ନୁହେଁ, ଏହା ସାମାଜିକ ସମସ୍ୟା। ଡାକବାଜି ଯନ୍ତ୍ର ସମ୍ପର୍କିତ ଆଗାମୀ କାର୍ଯ୍ୟ ଯୋଜନା ନେଇ ସେ ମଙ୍ଗଳବାର ସୋସିଆଲ ମିଡିଆରେ ଘୋଷଣା କରିବେ ବୋଲି କହିଛନ୍ତି। ସୂୂଚନାଯୋଗ୍ୟ ମେ’ ୩ରେ ଅକ୍ଷୟ ତୃତୀୟା ଅବସରରେ ସାରା ରାଜ୍ୟରେ କର୍ମକର୍ତ୍ତାମାନେ ସ୍ଥାନୀୟ ମନ୍ଦିରରେ ଲାଉଡ୍ସ୍ପିକର ବଜାଇ ମହାଆରତୀ କରିବାକୁ ଦଳ ପକ୍ଷରୁ ଏପ୍ରିଲ ୧୯ରେ ସମସ୍ତଙ୍କୁ ଆହ୍ବାନ କରାଯାଇଥିଲା। ତେବେ ସୋମବାର ଏହି ନିଷ୍ପତ୍ତିକୁ ବଦଳାଇ ଦେଇଛି।