ମୁମ୍ବାଇ,୨୪।୮: ଏକ ନ୍ୟୁଜ୍ ଚ୍ୟାନେଲରେ ବିତର୍କ ବେଳେ ପ୍ରଫେଟ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଭାଜପାରୁ ନିଲମ୍ବିତ ହୋଇଥିବା ମୁଖପାତ୍ର ନୁପୂର ଶର୍ମାଙ୍କୁ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍ଏନ୍ଏସ୍) ମୁଖ୍ୟ ରାଜ ଠାକ୍ରେ ସମର୍ଥନ ଜଣାଇଛନ୍ତି। ନୁପୂର ତାଙ୍କ ମନରୁ କିଛି କହି ନାହାନ୍ତି, ଯାହା ବାସ୍ତବରେ ଘଟୁଛି, ତାହା ସେ କହିଛନ୍ତି। ମୁସଲମାନ ପ୍ରଚାରକ ତଥା ଇସ୍ଲାମିକ ରିସର୍ଚ୍ଚ ଫାଉଣ୍ଡେଶନର ପ୍ରତିଷ୍ଠାତା ଜାକିର ନାଏକ ଏକ ସାକ୍ଷାତ୍କାରରେ ସମାନ କଥା କହିଥିଲେ। ତାଙ୍କୁ କ୍ଷମା ମାଗିବାକୁ କେହି କହି ନ ଥିଲେ କିମ୍ବା ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା ବୋଲି ଠାକ୍ରେ କହିଛନ୍ତି।