Categories: ଜାତୀୟ

ରାଜା ବ୍ରାର ପଞ୍ଜାବ କଂଗ୍ରେସର ନୂଆ ଅଧ୍ୟକ୍ଷ

ଚଣ୍ଡିଗଡ଼,୧୦ ।୪: ପଞ୍ଜବ ବିଧାନସଭା ନିର୍ବାଚନରେ କଂଗ୍ରେସର ବଡ ପରାଜୟ ପରେ ଏବେ ଦଳରେ କିଛିଟା ପରିବର୍ତ୍ତନ କରାଯାଇଛି । ରାଜା ବ୍ରାରଙ୍କୁ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦ ଦିଆଯାଇଛି । ବିଧାନସଭା ନିର୍ବାଚନ ହାରିବା ପରେ ଅଧ୍ୟକ୍ଷ ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଥିଲେ । ସୂଚନାଯୋଗ୍ୟ, ରାଜା ବ୍ରାର ଯୁବ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରହି ସାରିଛନ୍ତି । ପାର୍ଟି ହାଇକମାଣ୍ଡ ରାଜା ବ୍ରାରଙ୍କ ବ୍ୟତୀତ ପ୍ରତାପ ସିଂ ବାଜୱାଙ୍କୁ ରାଜ୍ୟର ବିରୋଧି ଦଳ ନେତା ଘୋଷଣା କରିଛନ୍ତି । ଏହସହ ଭାରତ ଭୂଷଣ ଆଶୁଙ୍କୁ ପ୍ରଦେଶ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ଦିଆଯାଇଛି ।

Share