Categories: ଜାତୀୟ

ରାଜା ମହାରାଜା ବି ବିକି ହୋଇଯାଉଛନ୍ତି: ଜ୍ୟୋତିରାଦିତ୍ୟଙ୍କୁ ଦିଗବିଜୟଙ୍କ କଟାକ୍ଷ…

ଭୋପାଳ,୯।୧୧ : ନଭେମ୍ବର ୧୭ ରେ ମଧ୍ୟପ୍ରଦେଶରେ ହେବାକୁ ଥିବା ଭୋଟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ନିର୍ବାଚନ ପ୍ରଚାରରେ ସମ୍ପୂର୍ଣ୍ଣ ବଳ ପ୍ରୟୋଗ କରିଛନ୍ତି। ନିର୍ବାଚନ ପ୍ରଚାରରେ ନେତାମାନେ ପରସ୍ପର ଉପରେ କାଦୁଅ ଫିଙ୍ଗା ଆରମ୍ଭ କରିଛନ୍ତି। ଏହି ସିରିଜରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଭାଜପାକୁ ଟାର୍ଗେଟ କରୁଥିବାବେଳେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟାର୍ଗେଟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ରାଜା ମହାରାଜା ବି ବିକି ହୋଇଯାଉଛନ୍ତି।

ସେ ବାବା ରାମଦେବଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ରାମଦେବ ଜଣେ ବେପାରୀ ବାବା, ସେ ଜଣେ ବଡ଼ ଠକ।
୨୦୧୮ ରେ କଂଗ୍ରେସ ସରକାରଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଜ୍ୟୋତିରାଦିତ୍ୟ ବିଧାୟକଙ୍କ ଘୋଡା ବେପାର କରିଥିବା ଦିଗବିଜୟ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସିଏମ ଶିବରାଜ ସିଂ ଚୌହ୍ବାନଙ୍କୁ ସେ ସ୍ବପ୍ନର ସୌଦାଗର ବୋଲି ବର୍ଣ୍ଣନା କରି କହିଛନ୍ତି ଭାଜପା ସବୁ ଜିନିଷର ବେପାର କରିଥାଏ।

Share