କୋଲକତା,୧୨।୭: ଆଖି ବୁଜିଲା ଭାରତର ସବୁଠୁ ବୟସ୍କ ବାଘ ‘ରାଜା’ । ତେବେ ମୃତ୍ୟୁ ବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା। ‘ରାଜା’ ରୟାଲ ବେଙ୍ଗଲ ଟାଇଗର ହୋଇଥିବା ବେଳେ ତାକୁ ଭାରତର ସବୁଠୁ ବୟସ୍କ ବାଘ ବୋଲି କୁହାଯାଉଥିଲା।
ପଶ୍ଚିମବଙ୍ଗର ଆଲିପୁରଦୁଆରସ୍ଥିତ ସାଉଥ ଖୈରିବାଡି ଜାତୀୟ ଉଦ୍ୟାନରେ ପ୍ରାଣ ହରାଇଛି ରାଜା। ରେସକ୍ୟୁ ସେଣ୍ଟରରେ ଦୀର୍ଘ ଦିନ ଧରି ରହିଆସୁଥିଲା ରାଜା । ସୁନ୍ଦରବନର ଏକ ନଦୀରେ କୁମ୍ଭୀର ଆକ୍ରମଣ କରିବା ପରେ ୨୦୦୮ରେ ତାକୁ ସେଠାକୁ ଅଣାଯାଇଥିଲା । ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ମଧ୍ୟ ତାକୁ ବନବିଭାଗ ପକ୍ଷରୁ ଜଙ୍ଗଲରେ ଛଡାଯାଇନଥିଲା