Categories: ବାଣିଜ୍ୟ

ଟ୍ରେଣ୍ଡ୍‌ସର ‘ରଜ ରାଜକୁମାରୀ’

ଭୁବନେଶ୍ୱର,୧।୬: ରିଲାଏନ୍ସ ରିଟେଲ୍‌ର ପୋଷାକ ଓ ଆସେସୋରିଜ୍‌ ସ୍ପେଶାଲିଟି ଚେନ୍‌ ଟ୍ରେଣ୍ଡ୍‌ସ ପକ୍ଷରୁ ଚଳିତ ବର୍ଷର ରଜ ରାଜକୁମାରୀ କ୍ୟାମ୍ପେନର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ପାର୍ବଣଋତୁରେ ଗ୍ରାହକଙ୍କ ମନରେ ଖୁସି ଓ ଆନନ୍ଦ ଆଣିବା ଲକ୍ଷ୍ୟରେ ଏହି ଅଭିଯାନର ଆରମ୍ଭ କରାଯାଇଛି। ଏପରିକି ଓଡ଼ିଶାର ଲୋକପ୍ରିୟ ପର୍ବ ରଜ ମହୋତ୍ସବକୁ ଆଖି ଆଗରେ ରଖି ବ୍ରାଣ୍ଡ୍‌ ପକ୍ଷରୁ ଏଭଳି ଏକ ଅଭିଯାନର ପରିକଳ୍ପନା ଆରମ୍ଭ ହୋଇଛି। ସେହିଭଳି ରଜ ମହୋତ୍ସବକୁ ଅଧିକ ଆକର୍ଷଣୀୟ ଏବଂ ଆନନ୍ଦଦାୟକ କରିବା ଲାଗି ଟ୍ରେଣ୍ଡ୍‌ସ ପକ୍ଷରୁ ଆକର୍ଷଣୀୟ ଅଫର ମଧ୍ୟ ଗ୍ରାହକମାନଙ୍କ ପାଇଁ ପ୍ରଦାନ କରାଯାଉଛି। ଏପରିକି ଚଳିତ ରଜପର୍ବରେ ଯେଉଁମାନେ ୩୯୯୯ ଟଙ୍କାରୁ ଅଧିକ ମୂଲ୍ୟର କିଣାକିଣି କରିବେ, ସେମାନେ ୨୪୯ ଟଙ୍କାରେ ଏକ ଆକର୍ଷଣୀୟ ଉପହାର ପାଇବେ। ଏଥିସହ ସେହି ଗ୍ରାହକମାନଙ୍କୁ ୨୦୦୦ ଟଙ୍କା ମୂଲ୍ୟର କୁପନ ବି ପ୍ରଦାନ କରାଯିବ। ସେହିପରି ରଜରେ କିଣାକିଣା କରୁଥିବା ଗ୍ରାହକମାନେ ମଧ୍ୟ ସ୍ବତନ୍ତ୍ର ରଜ ରାଜକୁମାରୀ ପ୍ରତିଯୋଗିତାରେ ଭାଗନେଇ ଆକର୍ଷଣୀୟ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ପାଇପାରିବେ। ଉଲ୍ଲେଖଯୋଗ୍ୟ, ଚଳିତ ରଜ ପର୍ବ ଅବସରରେ ଗ୍ରାହକମାନଙ୍କୁ ‘ସ୍ପିନ୍‌ ଟୁ ୱିନ୍‌’ ଖେଳିବା ଏବଂ ଟ୍ରେଣ୍ଡ୍‌ସ ସହିତ ସେମାନଙ୍କର ରଜ ଲୁକ୍‌ ଶେୟାର କରିବାର ସୁଯୋଗ ଦେଉଛି। ବିଶେଷକରି ଟ୍ରେଣ୍ଡସର ଗ୍ରାହକମାନେ ‘ସ୍ପିନ୍‌ ଟୁ ୱିନ୍‌’ ଖେଳିପାରିବେ କିମ୍ବା ସେମାନଙ୍କ ରଜ ଲୁକ୍‌ ଆବେଦନ (ଏଟ୍ରି)ଗୁଡ଼ିକୁ www.trendsrajarajkumari.com ରେ ମଧ୍ୟ ଦାଖଲ କରିପାରିବେ। ଫଳରେ ଗ୍ରାହକମାନେ ମଧ୍ୟ ସେମାନଙ୍କର ରଜ ଲୁକ୍‌, ସେଲିବ୍ରେଶନ ଭିଡିଓ ଓ ରିଲ୍‌ଗୁଡ଼ିକୁ ସେମାନଙ୍କର ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାଗ୍ରାମ ପେଜ୍‌ରେ trendsrajarajkumari ହାସ୍‌ଟ୍ୟାଗ୍‌ ସହ ପୋଷ୍ଟ୍‌ କରିପାରିବେ।

 

Share