ଇଟାରେ ଛେଚି, ମାରି ପୋତିଦେଲେ…

ଭୁବନେଶ୍ୱର,୪।୩(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧୀକ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଗୁରୁବାର ରାତିରେ ଜଣେ ଯୁବକଙ୍କୁ ଅତି ନିର୍ମମ ହତ୍ୟା କରାଯାଇଛିି। ଭୁୁବନେଶ୍ବର ମଞ୍ଚେଶ୍ୱର ଥାନା ମୁଣ୍ତାସାହି ପାଣି ଟାଙ୍କି ନିକଟରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ହେଲେ ହେଉଛନ୍ତି ମୁକେଶ ଚୌଧୁରୀ । ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଇଟାରେ ଛେଚି ହତ୍ୟା କରିବା ପରେ ଇଟା ଭିତରେ ପୋତି ଦେଇଥିଲେ । ଘଟଣାସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ କରୁଛି ।

Share