ଭୋଟ୍‌ ଫର୍‌ ମୋଦି ବାର୍ତ୍ତା ନେଇ ତାମିଲନାଡ଼ୁରୁ ଦିଲ୍ଲୀ ଅଭିମୁଖେ ରାଜଲକ୍ଷ୍ମୀ

କଟକ,୨୫।୩(ଶିଳ୍ପା ପ୍ରିୟଦର୍ଶିନୀ): ଭୋଟ ଫର୍‌ ନେଶନ ବାର୍ତ୍ତା ନେଇ ତାମିଲନାଡୁ ମଦୁରାଇରୁ ବାଇକ୍‌ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ରାଜଲକ୍ଷ୍ମୀ ମାଣ୍ଡା। ଇତିମଧ୍ୟରେ ସେ ୮ଟି ରାଜ୍ୟ ବୁଲି ସାରିଥିବାବେଳେ ୯ମ ରାଜ୍ୟ ଭାବେ ଓଡ଼ିଶା ଆସିଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ସେ କଟକରେ ପହଞ୍ଚିଛନ୍ତି। କଟକ ବେଲ୍‌ଭ୍ୟୁ ଛକଠାରେ ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତଥା କର୍ପୋରେଟର ଗଗନ ଓଝାଙ୍କ ନେତୃତ୍ୱରେ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସେଠାରୁ ପ୍ରେସ୍‌ଛକ ପର୍ଯ୍ୟନ୍ତ ବିଶାଳ ବାଇକ ଶୋଭାଯାତ୍ରାରେ ତାଙ୍କୁ ନିଆଯାଇଥିଲା।

ଏନେଇ ରାଜଲକ୍ଷ୍ମୀ କହିଛନ୍ତି, ୪୧ ଦିନ ହେବ ବାଇକ୍‌ ଯୋଗେ ଯାତ୍ରା କରିଆସୁଛି। ୨୧ ହଜାର କିଲୋମିଟର ଯାତ୍ରା କରିବି। ମାଇଁ ଭୋଟ୍‌ ଫର୍‌ ମୋଦି ନାରା ଦେଇ ସାଧାରଣ ଲୋକଙ୍କୁ ସଚେନତ କରାଇବା ସହ ମୋଦି ସରକାରଙ୍କ ସମସ୍ତ କାର୍ଯ୍ୟ ନେଇ ଲୋକଙ୍କୁ ଅବଗତ କରାଉଛି। ଯେପରି ଭାରତକୁ ଆହୁରି ବିକାଶ ଓ ବିଶ୍ୱଗୁରୁ କରିବା କ୍ଷେତ୍ରରେ ମୋଦିଙ୍କୁ ଭୋଟ ଦେବା ପାଇଁ ଲୋକଙ୍କୁ ନିବେଦନ କରୁଛି। ଭାଜପା ସରକାରଙ୍କୁ ଆଗମୀ ନିର୍ବାଚନରେ ୪୦୦ ପାର୍‌ କରେଇବା ପାଇଁ ନାରା ଦେଇ ଏହି ଯାତ୍ରା ଆରମ୍ଭ କରିଛି। କଟକରେ ଭବ୍ୟ ସ୍ବାଗତ କରାଯାଇଥିବାରୁ ବହୁ ଖୁସି ଅନୁଭବ କରୁଛି ବୋଲି ସେ କହିଛନ୍ତି।

ଅପରପକ୍ଷରେ ଭାଜପା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତଥା କର୍ପୋରେଟର ଗଗନ ଓଝା କହିଛନ୍ତି, ରାଜଲକ୍ଷ୍ମୀ ଭାରତ ଭ୍ରମଣ କରି ଭୋଟ ଫର୍‌ ମୋଦି ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ସମ୍ପୂର୍ଣ୍ଣ ଭାବେ ନିଆରା। ମୋଦି ସରକାରଙ୍କର ସମସ୍ତ କାର୍ଯ୍ୟ ଲୋକଙ୍କ ନିକଟରେ ପହଞ୍ଚାଇବାର ଏକ ନୂଆ ପ୍ରୟାସ ରହିଛି। ରାଜଲକ୍ଷ୍ମୀଙ୍କ ଏହି ପ୍ରୟାସରେ ଲୋକେ ଅନୁପ୍ରାଣିତ ହେବେ ବୋଲି ଆଶା ରହିଛି। ଏହି କାର୍ଯ୍ୟକ୍ରମରେ ଭାଜପାର ବରିଷ୍ଠ ନେତା ଲକ୍ଷ୍ମୀଧର ବେହେରା, କର୍ପୋରେଟର ଗୋପାଳ ବେହେରା, ବୁଢ଼ା ଦଳାଇ, ରୀତା ମହାପାତ୍ର, ଶିବନାରାୟଣ ନାୟକ, ସଞ୍ଜୟ ଦାଶ, ନବ ଦାସ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Mohan Bhagwat:‘ଗୋଟିଏ ମନ୍ଦିର, ଗୋଟିଏ କୂଅ, ଗୋଟିଏ ଶ୍ମଶାନ’, ହିନ୍ଦୁ ଏକତାକୁ ନେଇ ଭାଗବତଙ୍କ ନୂଆ ଫର୍ମୁଲା

ନୂଆଦିଲ୍ଲୀ,୨୧।୪: ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ହିଂସାର ଭୟଙ୍କର ଦୃଶ୍ୟ ଦେଖିବା ପରେ, ଅନେକ ଲୋକ ହିନ୍ଦୁ ଏକତା ପାଇଁ ଆହ୍ବାନ ଦେଉଛନ୍ତି। ଆରଏସଏସ ମୁଖ୍ୟ Mohan...

ଲିକ ହେଲା ଆମେରିକାର War Plan, Signalରେ ଶେୟାର କରି ଗୁଇନ୍ଦା ସୂଚନା ଦେଲେ ରକ୍ଷା ସଚିବ

ଓ୍ବାଶିଂଟନ,୨୧।୪: ହୁଥି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ଯୋଜନା ପୁଣି ଥରେ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସେଥ ମାର୍ଚ୍ଚ ମାସରେ ୟେମେନର ଇରାନ-ସମର୍ଥିତ...

ଗର୍ଭପାତ ନ କରିବାରୁ ପ୍ରେମିକାଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ ପ୍ରେମିକ

ମାଲକାନଗିରି,୨୧ା୪(ଗୌରୀଶଙ୍କର ପଣ୍ଡା): ଗତ ଏପ୍ରିଲ ୧୨ରେ ମାଲକାନଗିରି ବ୍ଲକ ରେଙ୍ଗାବନ୍ଧ ଗ୍ରାମ ନିକଟ ଜଙ୍ଗଲରେ ଜଣେ ଯୁବତୀଙ୍କ ଗଳିତ ମୃତଦେହ ଜବତ ଘଟଣାରେ ପୋଲିସ ତଦନ୍ତ...

ଏଇ ଭାରତରେ

ନିନ୍ଦା, ଟାହିଟାପରା କରିବା ଲୋକେ ତ ସମାଜରେ ଅନେକ ମିଳନ୍ତି, କିନ୍ତୁ ଲୋକନିନ୍ଦାକୁ ନିଜର ସାମର୍ଥ୍ୟ କରି ଗଢ଼ି ତୋଳନ୍ତି କ୍ୱଚିତ୍‌। ଏମିତି ଜଣେ ବ୍ୟକ୍ତିତ୍ୱ...

ବୁଦ୍ଧିଜୀବୀ ବନାମ ରାଜନେତା

ନସାଧାରଣଙ୍କ ପୁଞ୍ଜିରେ ନିର୍ମିତ ବିଭିନ୍ନ ପ୍ରକାର ଲୋକାର୍ପଣ ଉତ୍ସବଗୁଡ଼ିକରେ ଫିତାକଟା ସମୟରେ ଅତିଥି ଭାବରେ ଉପସ୍ଥିତ ବ୍ୟକ୍ତିମାନଙ୍କ ମଧ୍ୟରେ ମୁଖ୍ୟତଃ ରାଜନେତାଙ୍କର ଫଟୋ ଦେଖିବାକୁ ମିଳୁଛି।...

ମଣିଷ ଦର

ମଗ୍ରିକ ଭାବେ ବିଚାରକଲେ ଦର ହେଉଛି ଏକ ମୂଲ୍ୟ ନିରୂପଣର ମାଧ୍ୟମ। ତେବେ ବସ୍ତୁ, ସାମଗ୍ରୀ ଆଦି ଯଥାର୍ଥରେ ମୂଲ୍ୟ ନିରୂପଣ ଯୋଗ୍ୟ ବା କରିବା...

JD Vance: ସପରିବାର ଜୟପୁର ଯିବେ ଆମେରିକା ଉପରାଷ୍ଟ୍ରପତି, ଚନ୍ଦା-ପୁଷ୍ପା କରିବେ ସ୍ବାଗତ

ନୂଆଦିଲ୍ଲୀ,୨୧।୪: ଆମେରିକାର ଉପରାଷ୍ଟ୍ରପତି ଜେମ୍ସ ଡେଭିଡ ଭାନ୍ସ ସୋମବାର(ଏପ୍ରିଲ ୨୧) ରାଜସ୍ଥାନର ରାଜଧାନୀ ଜୟପୁରରେ ପହଞ୍ଚିଛନ୍ତି। ଶୁଳ୍କ ବିବାଦ ମଧ୍ୟରେ ଭାରତ ଆସୁଥିବା ଆମେରିକାର ଉପରାଷ୍ଟ୍ରପତିଙ୍କୁ...

ଚକଡ଼ା ପ୍ରଭାବ: କ୍ଷେତରେ ସ୍ଥିତି ଅନୁଧ୍ୟାନ କଲା କୃଷି ବିଭାଗ

ବରଗଡ଼,୨୧।୪(ପ୍ରେମାନନ୍ଦ ଖମାରୀ): ରବି ଧାନଚାଷ ଆରମ୍ଭରୁ ପାଗ ଅନୁକୂଳ ଥିଲା। ଫଳରେ ଏଥର ବରଗଡ଼ ଜିଲାରେ ରବି ଧାନ ଫସଲ ଭଲ ହୋଇଛି। କିନ୍ତୁ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image