ଦୁନିଆର ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ରହିଛି ଏସ୍‌.ରାଜାମୌଲୀ ଏବଂ ଶାହାରୁଖଙ୍କ ନାଁ

ନ୍ୟୁୟର୍କ,୧୪ା୪: ଫିଲ୍ମ ନିର୍ଦ୍ଦେଶକ ଏସ୍‌ ରାଜାମୌଲୀ ଏବଂ ଅଭିନେତା ଶାହାରୁଖ ଖାନ୍‌ ଦୁନିଆର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି। ଟାଇମ୍‌ ମାଗାଜିନ୨୦୨୩ ପାଇଁ ଉଭୟଙ୍କ ନାମକୁ ଅନ୍ତର୍ଭୁକ୍ତ କରିଛି। ଏହି ତାଲିକାରେ ଲେଖକ ସଲମାନ ରୁଶ୍‌ଦୀ ଏବଂ ଟିଭି ହୋଷ୍ଟ ତଥା ବିଚାରପତି ପଦ୍ମା ଲକ୍ଷ୍ମୀ ମଧ୍ୟ ସ୍ଥାନ ପାଇଛନ୍ତି।

ଏହି ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନର କିଙ୍ଗ୍‌ ଚାଲର୍‌ସ, ସିରିଆର ମୂଳ ସାମାଜିକ କର୍ମୀ ସାରା ମର୍ଦିନୀ, ୟୁୁୁସ୍ରା ମର୍ଦ୍ଦିନୀ ଏବଂ ଏଲନ ମସ୍କଙ୍କ ନାଁ ରହିଛି।

Share