ରିଲିଜ ହେବାର ୭ ମାସ ପରେ ବି ଜାପାନରେ କମିନି ‘ଆର୍‌ଆର୍‌ଆର୍‌’ କ୍ରେଜ୍‌

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଏସ୍‌ଏସ୍‌ ରାଜାମୌଲିଙ୍କ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ରିଲିଜ ହେବାର ୭ ମାସ ପରେ ବି ଜାପାନରେ ଏହାର କ୍ରେଜ୍‌ କମିନାହିଁ। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି। ଏଥିସହିତ ‘ଆର୍‌ଆର୍‌ଆର୍‌’ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଜାପାନରେ ୧ ମିଲିୟନରୁ ଅଧିକ ଫୁଟଫଲ ପଞ୍ଜିକରଣ କରିଥିବା ପ୍ରଥମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି। ଜାପାନର ୪୪ଟି ସହର ଏବଂ ୨୦୯ ସ୍କ୍ରିନ ଏବଂ ୩୧ ଆଇମାକ୍ସ ପରଦାରେ ମୁକ୍ତିଲାଭ କରିଥିବା ଆର୍‌ଆର୍‌ଆର୍‌’ ମଧ୍ୟ ଦେଶର ସର୍ବାଧିକ ଆୟ କରିଥିବା ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି। ‘ଆର୍‌ଆର୍‌ଆର୍‌’ର ଫିଲ୍ମର ଅଫିସିଆଲ ଟୁଇଟରରେ ନିର୍ମାତା ଏକ ପୋଷ୍ଟ ଶେୟାର କରି ୧୬୪ ଦିନରେ ୧ ମିଲିୟନରୁ ଅଧିକ ଫୁଟଫଲ ଅତିକ୍ରମ କରିଥିବା କହିଛନ୍ତି। ଏଥିସହ ଜାପାନର ଦର୍ଶକଙ୍କ ‘ଆର୍‌ଆର୍‌ଆର୍‌’ ପ୍ରତି ଥିବା ଭଲ ପାଇବା ପାଇଁ ରାଜାମୌଲି ଧନ୍ୟବାଦ ଜଣାଇଛନ୍ତି।

Share