Advertisement

‘ମହାଭାରତ’ର କାହାଣୀକୁ ବଡ ପରଦାରେ ଆଣିବେ ରାଜାମୌଲି!

ଲୋକପ୍ରିୟ ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଫିଲ୍ମ ବାହୁବଳୀ, ଆର୍‌ଆର୍‌ଆର୍‌ ବକ୍ସ ଅଫିସରେ ରେକର୍ଡ କରିଛି। ଏହା ପରେ ନିର୍ଦ୍ଦେଶକ ଆଗକୁ ‘ମହାଭାରତ’ କାହାଣୀ ଉପରେ ଫିଲ୍ମ କରିବାକୁ ନଜର ରଖିଛନ୍ତି। ଯାହାର କାହାଣୀ ଟିଭିରେ ଦେଖାଯାଇଛି କିନ୍ତୁ ଏ ପର୍ଯ୍ୟନ୍ତ ତାହାକୁ କେହି ବଡ଼ ପରଦାରେ ଦେଖାଇବାକୁ ଚେଷ୍ଟା କରିନାହାନ୍ତି। ହେଲେ ବର୍ତ୍ତମାନ ରାଜାମୌଲି ଏହି ବଡ଼ ବଜେଟ ପ୍ରୋଜେକ୍ଟକୁ ପରଦାରେ ଆଣିବାକୁ ଚାହିଁଛନ୍ତି ବୋଲି ଖୋଲାଖୋଲି ଭାବେ କହିଛନ୍ତି।
ମହାଭାରତ ତାଙ୍କର ବହୁ ପ୍ରତୀକ୍ଷିତ ଡ୍ରିମ୍‌ ପ୍ରୋଜେକ୍ଟ। ଏହାକୁ ଆରମ୍ଭ କରିବା ପାଇଁ ତାଙ୍କୁ ବହୁତ ସମୟ ଲାଗିବ ବୋଲି କରିଛନ୍ତି।
କହିବାକୁ ଗଲେ, ମହାଭାରତର କାହାଣୀକୁ ବଡ ପରଦାରେ ଆଣିବା ପାଇଁ କୋଟି କୋଟି ଟଙ୍କା ଲାଗିବ ଏବଂ ଏହା ସବୁଠାରୁ ମହଙ୍ଗା ଫିଲ୍ମ ହେବ । ବର୍ତ୍ତମାନ ପ୍ରଶଂସକମାନେ ଏହାକୁ ଶୁଣି ଖୁବ୍‌ ଉତ୍ସାହିତ ଅଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share