Categories: ଜାତୀୟ

ରାଜସ୍ଥାନ ସଙ୍କଟ: ଜୁଲାଇ ୨୪ ପର୍ଯ୍ୟନ୍ତ ପାଇଲଟଙ୍କୁ ମିଳିଲା ଆଶ୍ୱସ୍ତି

ଜୟପୁର,୨୧।୭: ରାଜସ୍ଥାନ ରାଜନୀତିରେ ଚାଲିଥିବା ଉତ୍ଥାନପତନ ମଧ୍ୟରେ ମଙ୍ଗଳବାର ରାଜସ୍ଥାନ ହାଇକୋର୍ଟରେ ବାଚସ୍ପତିଙ୍କ ନୋଟିସ ବିରୋଧରେ କରାଯାଇଥିବା ଆବେଦନର ଶୁଣାଣି ସରିଛି। ଏଥିରେ କୋର୍ଟ ରାଜେଶ ପାଇଲଟଙ୍କ ଟିମ୍‌କୁ ଆଶ୍ୱାସନା ଦେଇ ୨୪ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। କୋର୍ଟ ବାଚସ୍ପତି ସିପି ଜୋଶୀଙ୍କୁ କହିଛନ୍ତି ୨୪ ଜୁଲାଇ ପର୍ଯ୍ୟନ୍ତ କୌଣସି କାର୍ଯ୍ୟ କରିବେ ନାହିଁ। ଏବେ ଏହି ମାମଲାର ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ୨୪ ଜୁଲାଇରେ ଏହାର ରାୟ ଶୁଣାଇ ପାରନ୍ତି। ଅନ୍ୟପଟେ ଜୟପୁରର ଫେୟାରମୋଣ୍ଟ ହୋଟେଲରେ କଂଗ୍ରେସ ବିଧାୟକ ଦଳ(ସିଏଲ୍‌ପି)ବୈଠକ ଜାରି ରହିଛି। ଏଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, କଂଗ୍ରେସ ନେତା ଅଜୟ ମାକନ, ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ଓ ଅନ୍ୟମାନେ ଉପସ୍ଥିତି ଅଛନ୍ତି। ୧୦ ଦିନ ମଧ୍ୟରେ ଏହା ବିଧାୟକ ଦଳର ତୃତୀୟ ବୈଠକ।

Share