Warning: Constant DISALLOW_FILE_EDIT already defined in /var/www/html/wp-config.php on line 115
ସ୍ମିଥ୍‌ଙ୍କୁ ଛାଡ଼ିବା ପରେ ଏଭଳି ବିଦାୟ ଜଣାଇଲା ରାଜସ୍ଥାନ ରୟାଲ୍ସ - Dharitri
Posted inଖେଳ

ସ୍ମିଥ୍‌ଙ୍କୁ ଛାଡ଼ିବା ପରେ ଏଭଳି ବିଦାୟ ଜଣାଇଲା ରାଜସ୍ଥାନ ରୟାଲ୍ସ

ନୂଆଦିଲ୍ଲୀ,୨୧।୧:ଆଇପିଏଲ୍‌ର ଆଗାମୀ ୧୪ତମ ସଂସ୍କରଣ ପାଇଁ ନିଲାମ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଛାଡ଼ିଛି। ତାଙ୍କ ସ୍ଥାନରେ କେରଳର ଯୁବ ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନଙ୍କୁ ନୂଆ ଅଧିନାୟକ ଭାବେ ନିଯୁକ୍ତ କରିଛି। ଏହି ନିଷ୍ପତ୍ତିକୁ ନେଇ ପ୍ରଶଂସକଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳୁଥିବା ବେଳେ ଟିମ୍‌ ମ୍ୟାନେଜ୍‌ମେଣ୍ଟ ପକ୍ଷରୁ ରୟାଲ୍‌ ଷ୍ଟାଇଲ୍‌ରେ ବିଦାୟ ଜଣାଇଛି।

ଆଧିକାରୀକ ଟୁଇଟର ହ୍ୟାଣ୍ଡେଲରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ସ୍ମିଥ୍‌ଙ୍କ ଫଟୋ ଶେୟାର କରାଯାଇ ‘ଧନ୍ୟବାଦ ସ୍ମଜ୍‌’ ବୋଲି ଲେଖାଯାଇଛି। ସ୍ମିଥ୍‌ଙ୍କ ଡାକନାମ ସ୍ମଜ୍‌ ହୋଇଥିବା ବେଳେ ଫଟୋରେ ତାଙ୍କର ଭିନ୍ନ ଶୈଳୀକୁ ଦେଖିବାକୁ ମିଳିଛି।

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଜାରି କରାଯାଇଥିବା ବୟାନରେ ସ୍ମିଥ୍‌ଙ୍କ ବିଷୟରେ କୁହାଯାଇଛି, ୨୦୧୯ରେ ଆବଶ୍ୟକତା ଥିବା ବେଳେ ତାଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଥିଲା। ଏହାପରଠାରୁ ଶେଷ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇ ଭଲ ପ୍ରଦର୍ଶନ କରୁଥିଲେ। ତାଙ୍କର ପ୍ରଚେଷ୍ଟା ଏବଂ ଯୋଗଦାନ ପାଇଁ ଧନ୍ୟବାଦ ଦେଉଛୁ। ସେ ସବୁଦିନ ପାଇଁ ରୟାଲ୍ସ ପରିବାରର ସଦସ୍ୟ ରହିବେ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିବେ ମ୍ୟାଚ୍‌

ଜୋହାନ୍ସବର୍ଗ, ୧୫ା୧୧ (ପି.ଟି.): ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଏଠାରେ ଶୁକ୍ରବାର ହେବ। ସିରିଜରେ ଭାରତ ୨-୧ରେ...

ଗୋଟିଏ ଭୁଲ୍‌ ପାକିସ୍ତାନକୁ ପଡ଼ିବ ଭାରି: ଭାରତକୁ ମିଳିପାରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୧: ଚାମ୍ପିଅନ୍ସ ଟ୍ରଫି ମାମଲା ଏବେ ଏକ ଭିନ୍ନ ମୋଡ଼ ନେଇଛି। ଏହି ଆଇସିସି ଟୁର୍ନାମେଣ୍ଟ ବର୍ତ୍ତମାନ ପାକିସ୍ତାନରେ ନୁହେଁ, ବରଂ ଭାରତରେ ଆୟୋଜିତ ହୋଇପାରିବ।...

ରବି ଶାସ୍ତ୍ରୀଙ୍କ ଚେତାବନୀ, କହିଲେ ‘ନିଜ ସାମ୍ରାଜ୍ୟକୁ ଫେରିଛନ୍ତି ରାଜା’

ନୂଆଦିଲ୍ଲୀ,୧୪।୧୧: ପୂର୍ବତନ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶିକ୍ଷକ ରବି ଶାସ୍ତ୍ରୀ ବିରାଟ କୋହଲିଙ୍କ ସମାଲୋଚକଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ରବି ଶାସ୍ତ୍ରୀ ବିରାଟ କୋହଲିଙ୍କୁ ସମର୍ଥନ...

ଟିମ ଇଣ୍ଡିଆକୁ ଫେରିବେ ସଚିନ ତେନ୍ଦୁଲକର! ବିସିସିଆଇକୁ ବଡ଼ ପ୍ରସ୍ତାବ ଦେଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୧୪।୧୧: ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବାକୁ ଯାଉଛି। ଆସନ୍ତା ୨୨ ତାରିଖରୁ ପର୍ଥରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଆରମ୍ଭ...

ଏବେ ଏହି ଦେଶ ପାଇଁ କାମ କରିବେ ସାନିଆ ମିର୍ଜା

ନୂଆଦିଲ୍ଲୀ,୧୪।୧୧: ଭାରତର ଟେନିସ ତାରକା ସାନିଆ ମିର୍ଜାଙ୍କ ଖେଳରୁ ଅବସର ନେଇଛନ୍ତି। କିନ୍ତୁ ତଥାପି ସେ ସକ୍ରିୟ ଅଛନ୍ତି। ନିକଟରେ ସାନିଆଙ୍କୁ ଦୁବାଇରେ ଏକ ଗୁରୁତ୍ୱପୂର୍ଣ୍ଣ...

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଅଷ୍ଟ୍ରେଲିଆକୁ ଚେତାବନୀ ଦେଲା ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୪।୧୧: ନଭେମ୍ବର ୨୨ରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ପ୍ରଥମ ଟେଷ୍ଟ ଆରମ୍ଭ ହେବ। ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ୍‌ ଫାଇନାଲ୍‌ ଖେଳିବାକୁ...

ଅର୍ଜୁନ ତେନ୍ଦୁଲକରଙ୍କ ଉପରେ ହେବ ଟଙ୍କା ବର୍ଷା! ଆଇପିଏଲ୍‌ ପୂର୍ବରୁ କଲେ ଚମତ୍କାର…

ନୂଆଦିଲ୍ଲୀ,୧୪।୧୧: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏପର୍ଯ୍ୟନ୍ତ ଆଇପିଏଲରେ କିଛି ବିଶେଷ କରିପାରି ନାହାଁନ୍ତି। ତାଙ୍କୁ ମଧ୍ୟ କମ ସୁଯୋଗ ମିଳିଛି। ଅର୍ଜୁନ...

ସେ ମୋ ରୁମ୍‌କୁ ଆସି ଏମିତି ଅନୁରୋଧ କରିଥିଲେ, ମ୍ୟାଚ୍‌ ପରେ ତିଳକ ବର୍ମାଙ୍କ ରାଜ୍‌ ଖୋଲିଲେ ସୂର୍ଯ୍ୟକୁମାର

ସେଞ୍ଚୁରିୟନ୍‌,୧୪।୧୧: ତୃତୀୟ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଟିମ ଇଣ୍ଡିଆର ବିଜୟର ସବୁଠାରୁ ବଡ ହିରୋ ଥିଲେ ତିଲକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri