Categories: ଜାତୀୟ

ଏଏପିରେ ଯୋଗଦେଲେ ଅଭିନେତ୍ରୀ ଗୌରୀ

ନୂଆଦିଲ୍ଲୀ,୧୫।୧୦: ବିଗ ବସ ଫେମ୍‌ ତଥା ଅଭିନେତ୍ରୀ ଗୌରୀ ନାଗୌରୀ ଆମ ଆଦମୀ ପାର୍ଟି (ଏଏପି) ରେ ଯୋଗ ଦେଇଛନ୍ତି। ରାଜନୀତିରେ ପ୍ରବେଶ କରିବା ପରେ ଗୌରୀ କହିଛନ୍ତି, ମୁଁ ନାଗୌରକୁ ପରିଚୟ ଦେବାକୁ ଚାହୁଁଛି, ତେଣୁ ମୁଁ ଆମ ଆଦମୀ ପାର୍ଟିରେ ଯୋଗ ଦେଇଛି। ମୁଁ ଭାବୁଛି ଏଏପି ନାଗୌରକୁ ପରିଚୟ ଦେଇପାରିବ।
ଭାଜପା ଓ କଂଗ୍ରେସ ବଦଳରେ ରାଜନୀତି ପାଇଁ ଆମ ଆଦମୀ ପାର୍ଟୀ ରେ ଯୋଗଦେବା ଉପରେ ସେ କହିଛନ୍ତି, ଆମେ ଚାହୁଁ ଯେ ଆମ ଆଦମୀ ପାର୍ଟି ଏକ ସୁଯୋଗ ପାଇବ। ଦେଶରେ ଦୁଇଟି ଷ୍ଟେରିଓଟାଇପ ପାର୍ଟି ଅଛି (ଭାଜପା ଏବଂ କଂଗ୍ରେସ)। ଦେଶରେ କିଛି ନୂଆ ଆସିବା ଉଚିତ୍‌। ଏଏପି ପାର୍ଟିର କାର୍ଯ୍ୟ ଦେଖିବା ପରେ ମୁଁ ଏଥିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଞ୍ଜାବ ଏବଂ ଦିଲ୍ଲୀର ବିଦ୍ୟୁତ, ଶିକ୍ଷା ଏବଂ ଡାକ୍ତରଖାନା କ୍ଷେତ୍ରରେ ଆମ ଆଦମୀ ପାର୍ଟି ଅନେକ କାର୍ଯ୍ୟ କରିଛି। ମୁଁ ଚାହେଁ ରାଜସ୍ଥାନରେ ମଧ୍ୟ ଏହିସବୁ କାର୍ଯ୍ୟ ହେଉ।

Share