Categories: ଜାତୀୟ

ରାଜସ୍ଥାନ ନିର୍ବାଚନକୁ ନେଇ ନିର୍ବାଚନ ଆୟୋଗଙ୍କ ବଡ ସୂଚନା, ଖୁବଶୀଘ୍ର ହୋଇପାରେ ତାରିଖ ଘୋଷଣା

ଜୟପୁର,୧।୧୦: ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ଯେଉଁଠାରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି।ରାଜସ୍ଥାନ ମଧ୍ୟ ସେହି ୫ଟି ରାଜ୍ୟରେ ଅନ୍ତର୍ଭୁକ୍ତ ହୋଇଛି । ତେବେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏବେ ପର୍ଯ୍ୟନ୍ତ ତାରିଖ ଘୋଷଣା କରାଯାଇନାହିଁ। ଏହି ସମୟରେ ଖୁବ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ଖବର ରହିଛି। ନିର୍ବାଚନ ଆୟୋଗ ମଧ୍ୟା ଏହା ଉପରେ ସଙ୍କେତ ଦେଇଛନ୍ତି।

ଏଏନଆଇର ସୂଚନା ଅନୁଯାୟୀ, ରାଜସ୍ଥାନ ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ଗତ ଦୁଇ ଦିନ ମଧ୍ୟରେ ଆମେ କେନ୍ଦ୍ର ସରକାର ଏବଂ ରାଜ୍ୟ କାର୍ଯ୍ୟକାରୀ ଏଜେନ୍ସି ବ୍ୟତୀତ ସମସ୍ତ ଆଞ୍ଚଳିକ ଦଳ, ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ଦଳଙ୍କୁ ଭେଟିଛୁ ଓ ବିସ୍ତୃତ ଚର୍ଚ୍ଚା କରିଛୁ।
ସେ ଆହୁରି ମଧ୍ୟ କହିଛନ୍ତି, ସରକାର ଏବଂ ଏଜେନ୍ସି ସହ କଥା ହେବା ପରେ ଆମେ ଡିଏମ, ଏସପିଏସ, ଆଇଜି, ଡିଜି, କମିଶନର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛୁ। ରାଜନନୈତିକ ଦଳ ଆମକୁ ଏହି ବୈଠକରେ କହିଛନ୍ତି ଯେ ନିର୍ବାଚନ ମୁକ୍ତ ଏବଂ ନିରପେକ୍ଷ ହେବା ନିଶ୍ଚିତ ହେବା ଉଚିତ। ଯେଉଁମାନେ ଟଙ୍କା ବଣ୍ଟନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଗୁରୁତ୍ୱପୂର୍ଣ୍ଣ ମତଦାନ କେନ୍ଦ୍ରରେ ମଧ୍ୟ ସାମରିକ ବାହିନୀ ନିୟୋଜିତ କରାଯିବା ଉଚିତ।
ସୂଚନାଯୋଗ୍ୟ, ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ ୧୪ଜାନୁୟାରୀ ୨୦୨୪ରେ ଶେଷ ହେଉଛି। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ମତଦାନ ହେବ ବୋଲି ଆଶା କରାଯାଉଛି। ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୧୦୧ ଟି ଆସନ ଆବଶ୍ୟକ।

Share