Categories: ଜାତୀୟ

ଯଦି ରାଜସ୍ଥାନରେ କଂଗ୍ରେସ ନିର୍ବାଚନ ଜିତେ ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ, ପାଇଲଟ ଦେଲେ ସୂଚନା

ଜୟପୁର,୧୮।୯: ରାଜସ୍ଥାନରେ ବିଧାନସଭା ନିର୍ବାଚନକୁ ନେଇ ଜୋରସୋରରେ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଏକ ପ୍ରଶ୍ନ ରାଜ୍ୟ ରାଜନୀତିରେ ଘୂରି ବୁଲୁଛି। ପ୍ରଶ୍ନ ହେଉଛି ଯଦି କଂଗ୍ରେସ ରାଜ୍ୟରେ କ୍ଷମତାକୁ ଫେରିବ, ତେବେ ମୁଖ୍ୟମନ୍ତ୍ରୀ ଆସନରେ କିଏ ବସିବେ ଅଶୋକ ଗେହଲଟ ନା ସଚିନ ପାଇଲଟ। ତେବେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ନିଜେ ବର୍ତ୍ତମାନ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହା ସହିତ ଏଥର ରାଜସ୍ଥାନରେ କଂଗ୍ରେସ ସରକାର ଗଠନ କରିବ ବୋଲି ସେ ମଧ୍ୟ ଦାବି କରିଛନ୍ତି।

ହାଇଦ୍ରାବାଦରେ କଂଗ୍ରେସ କାର୍ଯ୍ୟକାରୀ କମିଟିର ବୈଠକ ପରେ ଖବରଦାତାମାନେ ସଚିନ ପାଇଲଟଙ୍କୁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ବିଷୟରେ ପଚାରିଥିଲେ, ଯଦି ରାଜସ୍ଥାନରେ କଂଗ୍ରେସ ସରକାର ଗଠନ ହୁଏ ତେବେ ମୁଖ୍ୟମନ୍ତ୍ରୀ କିଏ ହେବେ? ଏହି ପ୍ରଶ୍ନର ଉତ୍ତରରେ ପାଇଲଟ କହିଛନ୍ତି, ଆମେ ଏକ ମିଳିତ ଦଳ ଭାବେ ଆଗକୁ ବଢୁଛୁ। ଆମର ଶୀର୍ଷ ନେତୃତ୍ୱ ଏହି ଅଭିଯାନ ନେତୃତ୍ୱ ନେବେ। ଆମେ ଏକଜୁଟ ହୋଇ ନିର୍ବାଚନ ଲଢିବା। ଯଦି ଆମକୁ ସରକାର ଗଢିବାକୁ ସୁଯୋଗ ମିଳିବ ତେବେ ନବ ନିର୍ବାଚିତ ବିଧାୟକ ଏବଂ ଦଳର ନେତୃତ୍ୱ ନିଷ୍ପତ୍ତି ନେବେ କିଏ ସରକାରର ନେତୃତ୍ୱ ନେବେ।

Share