Categories: ଜାତୀୟ

ରାଜସ୍ଥାନ ନିର୍ବାଚନ: ମହାରାଣା ପ୍ରତାପଙ୍କ ବଂଶଧର ବିଶ୍ୱରାଜ ସିଂ, ଭବାନୀ ସିଂ ଭାଜପାରେ ହେଲେ ସାମିଲ

ଜୟପୁର,୧୭।୧୦: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ସମୟରେ ବିଶ୍ୱରାଜ ସିଂ ମେୱାର, ଭବାନୀ ସିଂ କଲଭି ମଧ୍ୟ ଭାଜପାରେ ଯୋଗ ଦେଇଛନ୍ତି। ନେତାମାନେ ଦଳରେ ଯୋଗଦେବା ପରେ ରାଜସ୍ଥାନର ଭାଜପା ସଭାପତି କହିଛନ୍ତି , ଯେଉଁମାନେ ଆଜି ଦଳରେ ଯୋଗ ଦେଇଛନ୍ତି ସେମାନେ ହେଉଛନ୍ତି ବୀର ମହାରାଣା ପ୍ରତାପଙ୍କ ବଂଶଧର ରାଜ ସିଂ ଏବଂ ଅନ୍ୟ ଜଣେ ହେଉଛନ୍ତି ଭବାନୀ ସିଂ କଲଭୀ।

ଏହି ଖବରଦାତା ସମ୍ମିଳନୀରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ କହିଛନ୍ତି, ରାଜସ୍ଥାନରେ ସେମାନଙ୍କ (ଯୋଗ ଦେଇଥିବା ନେତାମାନଙ୍କ) ଏକ ବଡ଼ ଅବଦାନ ରହିବାକୁ ଯାଉଛି। ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ଦେଶ କରିବା ପାଇଁ ମୋଦି ଜିଙ୍କ ସଂକଳ୍ପରେ ରାଜସ୍ଥାନର ଏକ ବଡ଼ ଅବଦାନ ରହିବ।

Share