Categories: ଜାତୀୟ

ଭାଜପାର ବିଧାନସଭା ରଣନୀତି ପ୍ରସ୍ତୁତ: ଜାଣନ୍ତୁ କିଏ ହେବେ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଚେହେରା

ଜୟପୁର,୨୦।୬: ଚଳିତ ବର୍ଷ ଶେଷ ସୁଦ୍ଧା ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ, ତେଲଙ୍ଗାନା ଏବଂ ମଣିପୁରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ନେତୃତ୍ୱ ଏକ ରଣନୀତି ପ୍ରସ୍ତୁତ କରିଛନ୍ତି। ଭାଜପା ରଣନୀତିରେ ଦୁଇଟି ଜିନିଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିରେ ପ୍ରଥମ କଥା ହେଉଛି ଏହି ପାଞ୍ଚଟି ରାଜ୍ୟରେ ନିର୍ବାଚନ ସାମୂହିକ ନେତୃତ୍ୱରେ ଲଢେଇ ହେବ। କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦର ଚେହେରା କରାଯିବନାହିଁ। ନିର୍ବାଚନ ସମୟରେ ସ୍ଥାନୀୟ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯିବ। ରାଜ୍ୟରେ ନେତା ଓ ପ୍ରସଙ୍ଗଗୁଡ଼ିକୁ ଆଗରେ ରଖାଯିବ। ଏହା ସହିତ ଭାଜପା ନିଷ୍ପତ୍ତି ନେଇଛି ଯେ ରାଜସ୍ଥାନରେ ଦଳିତ, ପଛୁଆ ଏବଂ ମହିଳାମାନଙ୍କୁ ରାଜସ୍ଥାନରେ ନିର୍ବାଚନ ପ୍ରସଙ୍ଗ କରିବ।

ଭାଜପାର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଛତିଶଗଡ, ରାଜସ୍ଥାନ ଏବଂ ତେଲଙ୍ଗାନାରେ ମୁଖ୍ୟମନ୍ତ୍ରୀ ପ୍ରୋଜେକ୍ଟ କରାଯିବନାହିଁ। ମଧ୍ୟପ୍ରଦେଶ ଏବଂ ମଣିପୁରରେ ଭାଜପା ସରକାର ଅଛି, ତେଣୁ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଚେହେରା ପ୍ରୋଜେକ୍ଟ କରିବାର କୌଣସି ଆବଶ୍ୟକତା ନାହିଁ । ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ନିର୍ବାଚନ ହେବ କି? ଏହି ପ୍ରଶ୍ନର ଉତ୍ତରରେ ଭାଜପା ନେତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ , ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ବଡ ନେତା ସାମୂହିକ ନେତୃତ୍ୱରେ ଅଛନ୍ତି। ସରଳ ଭାବରେ କହିବାକୁ ଗଲେ ଏହା ହେଉଛି ଭାଜପା ବନାମ କଂଗ୍ରେସ ଲଢେଇ।

Share