Categories: ଜାତୀୟ

ବିଧାନସଭା ନିର୍ବାଚନ ପାଇଁ ୫ ରାଜ୍ୟରେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା କଂଗ୍ରେସ

ଜୟପୁର,୩୧।୭: ଆଗାମୀ ଦିନରେ ରାଜସ୍ଥାନ ସମେତ ଆଉ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାର ପ୍ରସ୍ତୁତି ସ୍ବରୂପ ଉକ୍ତ ରାଜ୍ୟରେ କଂଗ୍ରେସ ସୋମବାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିଷ୍ପତ୍ତି କ୍ରମେ ଏହି ଦାୟିତ୍ୱ ଦିଆଯାଇଥିବା ନେଇ ସାଧାରଣ ସମ୍ପାଦକ କେସି ଭେନୁଗୋପାଳ ସୂଚିତ କରିଛନ୍ତି। ରାଜସ୍ଥାନର ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ମଧୁସୂଦନ ମିସ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଶକ୍ତିକାନ୍ତ ସେନ୍ଥିଲଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। ସେହିପରି ମଧ୍ୟପ୍ରଦେଶରେ ରଣଦୀପ ସୁର୍ଜଓ୍ବୋଲାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ, ଚନ୍ଦ୍ରକାନ୍ତ ହାଣ୍ଡୋରଙ୍କୁ ପର୍ଯ୍ୟବେକ୍ଷକ ଏବଂ ଛତିଶଗଡ଼ ଲାଗି ପ୍ରୀତମ ସିଂଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ, ମିନାକ୍ଷୀ ନଟରାଜନଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି। ଅନ୍ୟପଟେ, ତେଲଙ୍ଗାନାରେ ଦୀପା ଦାସମୁନ୍‌ସିଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଓ ଡ. ସିରିଭେଲା ପ୍ରସାଦଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି। ସେହିପରି ମିଜୋରାମରେ ସଚିନ ରାଓଙ୍କୁ ପର୍ଯ୍ୟବେକ୍ଷକ ମିଳିଛି।

Share