Categories: ଜାତୀୟ

୪୦୦ରେ ଗ୍ୟାସ ସିଲିଣ୍ଡର, ମାଗଣା ଶିକ୍ଷା, ୪ ଲକ୍ଷ ସରକାରୀ ଚାକିରି, ରାଜସ୍ଥାନରେ ବଡ଼ ଘୋଷଣା କଲା କଂଗ୍ରେସ

ଜୟପୁର,୨୧।୧୧: ନଭେମ୍ବର ୨୫ରେ ରାଜସ୍ଥାନରେ ହେବାକୁ ଥିବା ନିର୍ବାଚନ ଚାରି ଦିନ ପୂର୍ବରୁ ମଙ୍ଗଳବାର କଂଗ୍ରେସ ରାଜ୍ୟ ପାଇଁ ନିଜର ଘୋଷଣାପତ୍ର ଜାରି କରିଛି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଉପସ୍ଥିତିରେ ଏହି ଘୋଷଣାପତ୍ର ଜାରି କରାଯାଇଛି। ମନିଫେଷ୍ଟୋରେ କୃଷକ, ଯୁବକ ଏବଂ ମହିଳାଙ୍କୁ ଅଧିକ ଧ୍ୟାନ ଦିଆଯାଇଛି।

ଏହି ଘୋଷଣାପତ୍ରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଡୋଟାସାରା, ସିପି ଯୋଶୀ ଏବଂ ସଚିନ ପାଇଲଟ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ଏହି ସମୟର କଂଗ୍ରେସ ମଧ୍ୟ ଭାଜପାକୁ ଟାର୍ଗେଟ୍‌ କରିଥିଲା। ଦଳ ରାଜସ୍ଥାନରେ ପୁନର୍ବାର ବିଜୟ ବିଷୟରେ ମଧ୍ୟ କହିଛି।

– ସ୍ବାମୀନାଥନ୍‌ କମିଟିର ସୁପାରିଶ ଅନୁଯାୟୀ କୃଷକମାନଙ୍କ ପାଇଁ ଏମଏସପି ଆଇନ ଅଣାଯିବ।
– ଚିରଞ୍ଜୀବୀ ବୀମା ରାଶି ୨୫ ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରାଯିବ।
– ଚାରି ଲକ୍ଷ ଯୁବକଙ୍କୁ ସରକାରୀ ଚାକିରି ଦିଆଯିବ। ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ।
– ପଞ୍ଚାୟତ ସ୍ତରରେ ସରକାରୀ ଚାକିରିର ଏକ ନୂତନ କ୍ୟାଡର ସୃଷ୍ଟି ହେବ।
– ବର୍ତ୍ତମାନ ୫୦୦ଟଙ୍କାରେ ଉପଲବ୍ଧ ଏହି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୦୦ ଟଙ୍କା ହେବ।
– ରାଜ୍ୟରେ ଆରଟିଇ ଆଇନ ଆଣି ଏହା ଅଧିନରେ ବେସରକାରୀ ଶିକ୍ଷାନୁଷ୍ଠାନରେ ଦ୍ୱାଦଶ ପର୍ଯ୍ୟନ୍ତ ଶିକ୍ଷା ମାଗଣା କରାଯିବ।
– ମନରେଗା ଏବଂ ଇନ୍ଦିରା ଗାନ୍ଧୀ ସହରୀ ନିଯୁକ୍ତି ୧୨୫ ରୁ ୧୫୦ ଦିନକୁ ବୃଦ୍ଧି କରାଯିବ।
– ଛୋଟ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରିବାକୁ ମର୍ଚାଣ୍ଟ କ୍ରେଡିଟ କାର୍ଡ ଯୋଜନା ଆରମ୍ଭ ହେବ।

Share