Categories: ଜାତୀୟ

ରାଜସ୍ଥାନ ବିଧାନସଭା ମତଦାନ ତାରିଖ ବଦଳିଲା…

ନୂଆଦିଲ୍ଲୀ,୧୧।୧୦ : ନିର୍ବାଚନ ଆୟୋଗ ରାଜସ୍ଥାନ ନିର୍ବାଚନର ତାରିଖ ପରିବର୍ତ୍ତନ କରିଛନ୍ତି। ଏହାପୂର୍ବରୁ ୨୩ନଭେମ୍ବର ପାଇଁ ଭୋଟ ତାରିଖ ସ୍ଥିର କରାଯାଇଥିଲା। ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି। ରାଜ୍ୟରେ ୨୫ ନଭେମ୍ବରରେ ମତଦାନ ହେବ। ତାରିଖ ପରିବର୍ତ୍ତନ କରିବାକୁ ବିଭିନ୍ନ ସଂଗଠନର ଦାବି ଥିଲା

। କାରଣ ଦେବ ଉତଥାନି ଏକାଦଶୀ ୨୩ ରେ ଅଛି ଏବଂ ତେଣୁ ଏହି ଦିନ ବହୁ ସଂଖ୍ୟକ ବିବାହ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ତାରିଖଗୁଡ଼ିକ ପରିବର୍ତ୍ତନ କରାଯାଇଛି । ଭୋଟ ଗଣନା ଡିସେମ୍ବର ୩ ରେ ହେବ।

Share