Categories: ଜାତୀୟ

ଗେହଲଟଙ୍କ ପାଖରେ ବସିବେ ନାହିଁ ପାଇଲଟ, ଜାଣନ୍ତୁ କାହିଁକି

ଜୟପୁର,୧୪।୮: ରାଜସ୍ଥାନ କଂଗ୍ରେସରେ ଯଦିଓ ସବୁ ସ୍ବାଭାବିକ ହୋଇଛି କିନ୍ତୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌ଙ୍କୁ ଆଗକୁ ମଧ୍ୟ ତିକ୍ତ ବାସ୍ତବତାକୁ ସାମ୍ନା କରିବାକୁ ପଡିବ। ଉପମୁଖ୍ୟମନ୍ତ୍ରୀ ପଦରୁ ପଟାଯିବା ପରେ ସଚିନ ବିଧାନସଭାରେ ଅଶୋକ ଗେହଲଟଙ୍କ ପାଖ ସିଟ୍‌ରେ ନ ବସି ନିର୍ଦ୍ଦଳୀୟ ବିଧାୟକ ସଞ୍ଜୟ ଲୋଢାଙ୍କ ପାଖରେ ସିଟ୍‌ ଆଲର୍ଟ କରାଯାଇଛି। ରାଜସ୍ଥାନ ବିଧାନସଭା ଅଧ୍ୟକ୍ଷ ସିପି ଯୋଶୀ ବିଧାନସଭାରେ ବିଧାୟକମାନେ ବସିବା ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହା ମୁତାବକସଚିନ ପାଇଲଟଙ୍କ ସ୍ଥାନରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରୀଓ୍ବାଲ ମୁଖ୍ୟମନ୍ତ୍ରୀ ପାଖ ସିଟ୍‌ରେ ବସିବେ। ପାଇଲଟଙ୍କ ଏବେ ମନ୍ତ୍ରୀ ନ ଥିବାରୁ ପରିବହନ ମନ୍ତ୍ରୀ ପ୍ରତାପସିଂହ ଖାଚରିୟାଓ୍ବାସ ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ରଘୁ ଶର୍ମାଙ୍କ ପଛ ୧୨୭ ନମ୍ବର ସିଟ୍‌ ତାଙ୍କୁ ଦିଆଯାଇଛି। ଉଲ୍ଲେଖନୀୟ କଥା ହେଉଛି, କିଛି ଦିନ ପୂର୍ବରୁ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟ ପରସ୍ପର ଝଗଡା ଲାଗିଥିଲେ। ପରେ ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଯାଇଥିଲା। ହାଇକମାଣ୍ଡଙ୍କ ବୁଝାସୁଝା ପରେ ଏବେ ସ୍ବାଭାବିକ ସ୍ଥିତିକୁ ମାମଲା ଫେରିଥିଲା। ପ୍ରାୟ ଏକ ମାସ ପରେ ଅଶୋକ ଗେହଲୋଟଙ୍କ ଘରକୁ ଯାଇ ତାଙ୍କୁ ଭେଟିଥିଲେ। ଅଶୋକ ଗେହଲୋଟ ବଡ ଭାଇ ପରି ସଚିନ ପାଇଲଟଙ୍କ କୋଳାଇ ନେଲେ। ପରେ ଦୁଇ ନେତା ବିଜୟର ସଙ୍କେତ ଦେଇ ରାଜସ୍ଥାନରେ ସବୁ ଠିକ ଅଛି ବୋଲି ବାର୍ତ୍ତା ଦେଇଥିଲେ।

Share