Categories: ଜାତୀୟ

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ବଡ ନିଷ୍ପତ୍ତି ନେଲା ଭାଜପା

ଜୟପୁର,୧୭।୮: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ଏକ ବଡ଼ ଘୋଷଣା କରିଛି। ଦଳ ଗୁରୁବାର ଏକ ଘୋଷଣା ପତ୍ର କମିଟି ଗଠନ କରିଛି। ଭାଜପା ରାଜ୍ୟ ସଭାପତି ସିପି ଜୋଶୀ ଏହା ଘୋଷଣା କରିଛନ୍ତି। ଏହି କମିଟିରେ କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମେଘୱାଲଙ୍କୁ ଅଧ୍ୟକ୍ଷ କରାଯାଇଛି। ଏହା ସହିତ ଘନଶ୍ୟାମ ତିୱାରୀ ଏବଂ କିରୋଡି ଲାଲ ମୀନାଙ୍କୁ ସହ-ସଂଯୋଜକ କରାଯାଇଛି।

ଏହି କମିଟିରେ ଅଲକା ଗୁର୍ଜର, ରାଓ ରାଜେନ୍ଦ୍ର ସିଂ ସୁଭାଷ, ମହାରିୟା ରାଖୀ ରାଠୋଡ, ସୁଶୀଲ କାଟାରା, ହିମାଂଶୁ ଶର୍ମା, ରତନ ଗଗାରିଆଁ, ରାମ ଗୋପାଳ ସୂତାର, ପ୍ରଭୁ ବାଦାଳିୟା ମୋହନ, ଜସୱନ୍ତ ବିଷ୍ଣୁ, ସି. ଏମ ମୀନା, ମମତା ଶର୍ମା, ପ୍ରକାଶ ପାରିକ, ଶ୍ୟାମ ସିଂ, ମନନ ଚର୍ତୁବେଦୀଙ୍କ ନାମ ମଧ୍ୟ ରହିଛି।

ଏହି ଘୋଷଣା ପରେ ଭାଜପାର ପ୍ରଦେଶ ଅଧ୍ୟକ୍ଷ ଅରୁଣ ସିଂ ଦାବି କରିଛନ୍ତି ଯେ, ଭାଜପାର ଘୋଷଣା ପତ୍ରରେ ସମସ୍ତ ବର୍ଗଙ୍କୁ ଧ୍ୟାନ ରଖାଯିବ। ସେ କହିଛନ୍ତି ଯେ ଅର୍ଜୁନ ରାମ ମେଘୱାଲଙ୍କ ନେତୃତ୍ୱରେ ସମସ୍ତ ଅଞ୍ଚଳର ପ୍ରତିନିଧୀମାନେ ଘୋଷଣା ପତ୍ର କମିଟିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

Share