Categories: ଜାତୀୟ

ଦିନ ସାରା ଅଟକି ରହିଲା ହେଲିକପ୍ଟର, ଆସିଲେନି ୬ ବିଧାୟକ: ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

ଜୟପୁର,୯।୮: ରାଜସ୍ଥାନରେ କଂଗ୍ରେସ ପରେ ଏବେ ଭାଜପା ନିଜ ଗଡକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଭାଜପା ଏହାର ୧୮ ଜଣ ବିଧାୟକଙ୍କୁ ଗୁଜରାଟ ପଠାଇଛି। କିନ୍ତୁ ଦଳର ୬ ଜଣ ବିଧାୟକ ରାଜ୍ୟ ବାହାରକୁ ଯିବାକୁ ମନା କରିଦେବାରୁ ଏହାକୁ ନେଇ ଚର୍ଚ୍ଚା ହେଉଛି। ସୂଚନାନୁସାରେ, ଶନିବାର ଦିନ ହେଲିକପ୍ଟରଟି ଦିନସାରା ହଟକି ଥିଲା, କିନ୍ତୁ ଜାଲୱାଡ ଏବଂ ଧୋଲପୁରର ଭାଜପା ବିଧାୟକମାନେ ମଧ୍ୟପ୍ରଦେଶ ଏବଂ ଗୁଜରାଟ ଯିବାକୁ ମନା କରିଦେଇଥିଲେ। ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି

ରାଜ୍ୟରେ ପୋଲିସ ଅଧିକାରୀ ଏବଂ କଣ୍ଟ୍ରାକ୍ଟରମାନେ କଂଗ୍ରେସ ପକ୍ଷରୁ ଭାଜପା ବିଧାୟକଙ୍କ ସହ ଯୋଗାଯୋଗ କରୁଛନ୍ତି। ବିଶେଷକରି ଗରିବ ଏବଂ ଆଦିବାସୀ ବିଧାୟକଙ୍କୁ ଟାର୍ଗେଟ କରାଯାଉଛି, ଯେଉଁମାନେ ଟଙ୍କା ଏବଂ ଲୋଭ ଦେଇ ସେମାନଙ୍କୁ କଂଗ୍ରେସକୁ ଆଣିବାକୁ ଚେଷ୍ଟା କରୁଛନ୍ତି ବୋଲି ଭାଜପା ଅଭିଯୋଗ କରିଛି। ଭାଜପା ରାଜ୍ୟ ସଭାପତି ସତୀଶ ପୁନିଆ କହିଛନ୍ତି ଯେ ଏ ବାବଦରେ ତାଙ୍କର ଦୃଢ ପ୍ରମାଣ ଅଛି ଏବଂ ଖୁବଶୀଘ୍ର ବଡ ଖୁଲାସା କରିବାକୁ ଯାଉଛନ୍ତି। ମାନସିକ ଦୁଃଶ୍ଚିନ୍ତା ଏବଂ ରାଜ୍ୟ ସରକାରଙ୍କ ଆଖିରୁ ବର୍ତ୍ତିବାପାଇଁ ବିଧାୟକମାନେ ଗୁଜରାଟ ଏବଂ ମଧ୍ୟ ପ୍ରଦେଶ ଆସିଛନ୍ତି ବୋଲି ସେ କହିଛନ୍ତି। ତେବେ ହେଲିକପ୍ଟର ଆସିବା ସତ୍ତ୍ୱେ ୬ ବିଧାୟକ ନ ଯିବା ଏବେ ଦଳରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ, ଅଗଷ୍ଟ ୧୪ରେ ରାଜ୍ୟ ବିଧାନସଭା ଅଧିବେଶନ ଆରମ୍ଭ ହେବ।

Share