Categories: ଜାତୀୟ

ଇତିହାସରେ ପ୍ରଥମଥର, ବଜେଟ ଭାଷଣ ସମୟରେ ବିଧାନସଭା ସ୍ଥଗିତ

ଜୟପୁର,୧୦ ।୨: ରାଜସ୍ଥାନ ବିଧାନସଭାରେ ବଜେଟ ଉପସ୍ଥାପନ ପୂର୍ବରୁ ବିରୋଧି ହଙ୍ଗାମା କହିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ତାଙ୍କ ତୃତୀୟ କାର୍ଯ୍ୟକାଳର ଶେଷ ବଜେଟ ଉପସ୍ଥାପନ କରିବା ସମୟରେ ବିରୋଧି ଭାଷଣ ଆରମ୍ଭ ହେଉ ହେଉ ହଙ୍ଗାମା କରିଥିଲେ । ବିରୋଧି ଅଭିଯୋଗ କରିଥିଲେ କି ସରକାର ବଜେଟ ଲିକ୍ କରିଛନ୍ତି ଓ ମୁଖ୍ୟମନ୍ତ୍ରୀ ବଜେଟର ପୁରୁଣା ଲାଇନ ପଢୁଛନ୍ତି । ଏତିକିରେ ଘୋର ବିରୋଧ ପରେ ବିରୋଧି ସଦସ୍ୟ ବିଧାନସଭାର ବେଲକୁ ଆସିଯାଇଥିଲେ ଓ ବିରୋଧିଙ୍କ ହଙ୍ଗାମାକୁ ଦେଖି ସ୍ପିକର ସିପି ଯୋଶୀ ଗୃହର କାର୍ଯ୍ୟକୁ ଅଧ ଘଣ୍ଟା ପାଇଁ ସ୍ଥଗିତ କରିଦେଇଥିଲେ ।
କୁହାଯାଉଛି କି ରାଜସ୍ଥାନ ବିଧାନସଭା ଇତିହାସରେ ପ୍ରଥମଥର ମୁଖ୍ୟମନ୍ତ୍ରୀଙ୍କ ଭାଷଣ ସମୟରେ ପ୍ରଥମ କରି ବିଧାନସଭାର କାର୍ଯ୍ୟକୁ ସ୍ଥଗିତ କରାଯାଇଥିଲ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ତାଙ୍କ ବଜେଟ ଭାଷଣ ଆରମ୍ଭରେ କହିଥିଲେ କି କର୍ମରେ ଯଦି ସଚ୍ଚୋଟତା ରହିଛି, ତେବେ କର୍ମ ସଫଳହେବ, ସବୁ ସଙ୍କଟର କିଛି ନା କିଛି ସମାଧାନ ରହିଛି । ଆଜି ନ ହେଲେ କାଲି ହେବ । ଏହାପରେ ମୁଖ୍ୟମନ୍ତ୍ରୀ ବଜେଟ ଘୋଷଣାକୁ ପଢିବା ଆରମ୍ଭ କରିଥିଲେ ।

Share