Categories: ଜାତୀୟ

ଆଜି ରାଜସ୍ଥାନ, ଛତିଶଗଡ, ମଧ୍ୟପ୍ରଦେଶରେ ପ୍ରାର୍ଥୀ ଉପରେ ମହାମନ୍ଥନ, ଦିଲ୍ଲୀରେ ସିଇସି ବୈଠକ ଜାରି

ନୂଆଦିଲ୍ଲୀ,୧୮।୧୦: ଦେଶର ୩ ନିର୍ବାଚନ ରାଜ୍ୟ ରାଜସ୍ଥାନ, ଛତିଶଗଡ ଏବଂ ମଧ୍ୟପ୍ରଦେଶରେ ପ୍ରାର୍ଥୀଙ୍କ ନାମ ଉପରେ ମନ୍ଥନ କରିବା ପାଇଁ ଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟି ବୈଠକ ଚାଲିଛି। ଏହି ତିନୋଟି ରାଜ୍ୟର ବରିଷ୍ଠ ନେତାମାନେ ଏହି ବୈଠକରେ ଭାଗ ନେବାକୁ ଦିଲ୍ଲୀର କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ଏହା ବ୍ୟତୀତ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ବୈଠକରେ ମଧ୍ୟ ଉପସ୍ଥିତ ରହିବେ।

କଂଗ୍ରେସର ସିଇସି ବୈଠକ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପହଞ୍ଚିଛନ୍ତି। ଏହା ବ୍ୟତୀତ ପ୍ରାର୍ଥୀଙ୍କ ନାମ ଦାଖଲ କରିବାକୁ ନେଇକଂଗ୍ରେସର କେନ୍ଦ୍ରୀୟ କାର୍ଯ୍ୟାଳୟରେ ପହଞ୍ଚିଥିବା ଛତିଶଗଡର ଉପମୁଖ୍ୟମନ୍ତ୍ରୀ ଟିଏସ ସିଂ କହିଛନ୍ତି, ମଙ୍ଗଳବାର ବୈଠକ ହୋଇଛି ଏବଂ ଆଜି କିମ୍ବା ଆସନ୍ତାକାଲି ଛତିଶଗଡ ସୂଚୀ ଆସିଯିବ। ଆଜି କଂଗ୍ରେସର ସିଇସି ବୈଠକରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶକୁ ନେଇ ଚର୍ଚ୍ଚା ହେବ।

Share