Categories: ଜାତୀୟ

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲମ୍ବା ଧାଡି, ଆଗରେ ଅଛନ୍ତି ଏହି ନେତା…

ଜୟପୁର,୮।୧୨: ରାଜସ୍ଥାନର ଭାରତୀୟ ଜନତା ପାର୍ଟି (ଭାଜପା)ର ବିଜୟ ପରେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ପଦକୁ ନେଇ କ୍ରମାଗତ ମନ୍ଥନ ଜାରି ରହିଛି। ଏପରି ପରିସ୍ଥିତିରେ, ମୁଖ୍ୟମନ୍ତ୍ରୀଙ୍କ ପଦ ପାଇଁ ଲମ୍ବା ଧାଡି ରହିଛି। ଆଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନାମ ରହିଛି। ଏହା ପରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାଓ୍ବତ୍‌, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରୀୟ ଆଇନ ମନ୍ତ୍ରୀ ଅର୍ଜୁନ ମେଘଓ୍ବାଲ, ପ୍ରଦେଶ ଅଧ୍ୟକ୍ଷ ସିପି ଯୋଶୀ, ବାବା ବାଲକ ନାଥ, ରାଜ୍ୟବର୍ଦ୍ଧନ ସିଂ, ଦିୟା କୁମାରୀ, କିରୋଡି ଲାଲ ମିନା ଓମ ବିରଲା, ଓମ ମାଥୁର, ସୁନୀଲ ବଂଶଲଙ୍କ ସହିତ ନିମ୍ବାରାମଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡରେ ସାମିଲ ରହିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ନାମଗୁଡିକ ବ୍ୟତୀତ, ଅନ୍ୟ କୌଣସି ନାମ ଉପରେ ମୋହର ଲାଗିପାରେ। କେନ୍ଦ୍ରୀୟ ନେତୃତ୍ୱ ଉତ୍ତର ପ୍ରଦେଶ ରେଖାରେ ଏକ ମୁଖ୍ୟମନ୍ତ୍ରୀ ଏବଂ ୨ଟି ଉପମୁଖ୍ୟମନ୍ତ୍ରୀଙ୍କ କରିବା ପାଇଁ ମନ୍ଥନ ଜାରି ରଖିଛି। ରାଜସ୍ଥାନର ସରକାର ଗଠନ ପୂର୍ବରୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯିବ। ଏହା ପରେବିଧାୟକ ଦଳ ବୈଠକ ହେବ। ଏହି ବୈଠକରେ ନିର୍ଣ୍ଣୟ କରାଯିବ ରାଜସ୍ଥାନର ମୁଖ୍ୟମନ୍ତ୍ରୀ କିଏ ହେବ।

Share